ଭିଜିଲାନ୍ସ ଜାଲରେ ଆଉ ଜଣେ ଯନ୍ତ୍ରୀ, ଏକା ସାଙ୍ଗରେ ୭ ସ୍ଥାନରେ ଚଢ଼ାଉ
ନନ୍ଦିଘୋଷ ବ୍ୟୁରୋ: ସରକାରୀ ବାବୁଙ୍କୁ ଘାରିଛି ଭିଜିଲାନ୍ସ ଭୟ । ଜଣକ ପରେ ଜଣେ ବାବୁ ପଡୁଛନ୍ତି ଭିଜିଲାନ୍ସ ଜାଲରେ । ଏବେ କେନ୍ଦ୍ରାପଡ଼ା ଡେରାବିସ ବ୍ଲକର ସହକାରୀ ଯନ୍ତ୍ରୀ ପଡିଛନ୍ତି ଭିଜିଲାନ୍ସ ହାବୁଡ଼ରେ । ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ସହକାରୀ ଯନ୍ତ୍ରୀଙ୍କ ଘରେ ଚାଲିଛି ଚଢ଼ାଉ ।
ଜଳସମ୍ପଦ ବିଭାଗ ଯନ୍ତ୍ରୀ ପ୍ରମୋଦ କୁମାର ରାୟଙ୍କ କାର୍ଯ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି । ଭୁବନେଶ୍ଵର, ଚୌଦ୍ଵାର, ବାଙ୍କୀ ସମେତ ୭ଟି ସ୍ଥାନରେ ଏକା ସାଙ୍ଗରେ ଚାଲିଛି ଚଢ଼ାଉ । ଚଢାଉରେ ୨ ଜଣ ଆଡିସନାଲ ଏସପି, ୯ ଜଣ ଡିଏସପି, ୯ ଜଣ ଇନ୍ସପେକ୍ଟର ଓ ୪ ଏଏସଆଇ ସାମିଲ ହୋଇଛନ୍ତି । ଭୁବନେଶ୍ୱର ବାଲିଅନ୍ତାର ଜୋହାଲାରେ ବାବୁଙ୍କର ଚାରି ମହଲା କୋଠା ଥିବା ଜଣାପଡିଛି । ସେହିପରି କଟକ ଚୌଦ୍ୱାରର ଯାଜଭୈରବ ବାଟବୁଢ଼ୀ କଲୋନୀ ବୈଷ୍ଣବ ବିହାର ଲେନ୍ ୧ରେ ଦୁଇ ମହଲା କୋଠା ଅଛି । ଏହି ଦୁଇଟି ସ୍ଥାନ ସହିତ କଟକ ଜିଲ୍ଲା ବାଙ୍କୀ ରଗଡିରେରେ ଥିବା ପୈତୃକ ଘର, ଭଦ୍ରକ ବୁଡଙ୍ଗାରେ ଥିବା ତାଙ୍କ ଶ୍ଵଶୁର ଘର, ଡେରାବିଶ ଜଳସେଚନ ଅଫିସ, କେନ୍ଦ୍ରାପଡାରେ ତାଙ୍କ ଚାମ୍ବର, ଭଡ଼ା ଘର, ଢେଙ୍କାନାଳ ଜିଲ୍ଲା ସାନସାଥୀବାଟିଆରେ ଥିବା ତାଙ୍କ ଶଳାଙ୍କ ଘର ଓ ଭୁବନେଶ୍ୱର ପଟିଆରେ ଥିବା ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି ।

