ଭିଜିଲାନ୍ସ ଜାଲରେ RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ, ୧୫ ଘଣ୍ଟାର ମାରାଥାନ ରେଡ ପରେ ଫେରିଲା ଟିମ

1 min read

ଭୁବନେଶ୍ୱର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ RWSSର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ନିହାର ରଞ୍ଜନ ଦାଶ ପଡିବା ଘଟଣା। ବିଦେଶରେ ଥିବା କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଚିଠି ଲେଖିଲା ଭିଜିଲାନ୍ସ ବିଭାଗ । କ୍ରିପ୍ଟୋରେ ଇନଭେଷ୍ଟମେଣ୍ଟ ଥିବା ୧ କୋଟି ୭୫ ଲକ୍ଷ ଟଙ୍କାକୁ ଫ୍ରିଜ କରିବାକୁ ଚିଠି ଲେଖିଲା ଭିଜିଲାନ୍ସ। କ୍ରିପ୍ଟୋ କରେନସି ଏକ୍ସଚେଞ୍ଜକୁ ଇମେଲ ଜରିଆରେ ଲେଖି ଅବଗତ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି।

ରାଜ୍ୟ ବାହାର କ୍ରିପ୍ଟୋ ଏକ୍ସପର୍ଟମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। କ୍ରିପ୍ଟୋ କରେନ୍ସିର ଇନଭେଷ୍ଟ ବୃଦ୍ଧି ହେବାର ସମ୍ଭାବନା ରହିଛି । କ୍ରିପ୍ଟୋ ୱାଲେଟର ଜବତ ଡକ୍ୟୁମେଣ୍ଟକୁ ଅନୁଧ୍ୟାନ କରାଯାଉଥିବା ନିର୍ଦ୍ଦେଶକ କହିଛନ୍ତି । ୧୫ ଘଣ୍ଟାର ମାରାଥନ ରେଡ୍ କରିଥିଲା ଭିଜିଲାନ୍ସ । ନିହାରଙ୍କୁ ପଚରାଉଚରା କରିଛନ୍ତି ଡିରେକ୍ଟରଙ୍କ ସମେତ ୧୦ ଜଣିଆ ଟିମ ।

ଏହି ୧୦ ଜଣିଆ ଟିମରେ ଅଛନ୍ତି ବ୍ୟାଙ୍କ, ସିଏ, ଭିଜିଲାନ୍ସର EOW ଟିମ, ସାଇବର ସେଲ, ଫାଇନାନ୍ସ ୱିଙ୍ଗ। କ୍ରିପ୍ଟୋ କରେନସି ଲିଙ୍କ ନେଇ ଖୋଳତାଡ଼ ଜାରି ରହିଛି। ଏବେ ସୁଦ୍ଧା ୫ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତି ଠାବ ହୋଇଛି । ଆହୁରି ସମ୍ପତ୍ତି ବାହାରିବା ନେଇ ଭିଜିଲାନ୍ସ ଅନୁମାନ କରୁଛି।