ଭିଜିଲାନ୍ସ ଜାଲରେ ଏସଡିଏ କାର୍ଯ୍ୟାଳୟର ୨ କର୍ମଚାରୀ

ସମ୍ବଲପୁର: ଭିଜିଲାନ୍ସ ଜାଲରେ ସମ୍ୱଲପୁର ଉନ୍ନୟନ କର୍ତ୍ତୃପକ୍ଷ କାର୍ଯ୍ୟାଳୟର ପୂର୍ବତନ ପ୍ଲାନିଂ ମେମ୍ବର ଓ କନିଷ୍ଠ କିରାଣୀ । ପୂର୍ବତନ ପ୍ଲାନିଂ ମେମ୍ବର ବନ୍ଦିତା ମହାପାତ୍ରଙ୍କ ଘର ସମେତ ୬ଟି ସ୍ଥାନରେ ରେଡ୍ ହୋଇଛି । ସେହିପରି କନିଷ୍ଠ କିରାଣି ଲକ୍ଷ୍ମୀ ନାରାୟଣ ସାମଲଙ୍କ ଘରେ ମଧ୍ୟ ଚଢ଼ାଉ ହୋଇଛି । ଲକ୍ଷ୍ମୀ ନାରାୟଣଙ୍କ କାର୍ଯ୍ୟାଳୟ ସହ କ୍ବାର୍ଟର ଓ ବାସଭବନରେ ଚଢ଼ାଉ ହୋଇଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଉଭୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଚଢାଉରେ ୬ ଡିଏସପି, ୯ ଇନ୍ସପେକ୍ଟର ଓ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି ।