spot_img

Latest Posts

୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଅମିନ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ଫସିଲେ ଅମିନ । ସଇଁତଳା ଆଗଲପୁର ତହସିଲ କାର୍ଯ୍ଯାଳୟ ଅମିନ ସଦାନନ୍ଦ ସାହୁ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜମିପଟ୍ଟା ଦେବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ। ଆଗଲପୁର ବ୍ଳକ ଡୁଡୁକା ଗାଁର ଅରବିନ୍ଦ ପଟେଲଙ୍କ ଜମିପଟ୍ଟା କରାଇଦେବା ପାଇଁ ଲାଞ୍ଚ ନେଉଥିଲେ। ପୂର୍ବରୁ କିଛି ଟଙ୍କା ନେଇଥିବାବେଳେ ଆହୁରି ୧୦ ହଜାର ଟଙ୍କା ଦାବିକରିଥିଲେ।। ତହସିଲ କାର୍ଯ୍ଯାଳୟକୁ ବାରମ୍ବାର ଦୌଡ଼ି ନୟାନ୍ତ ହେବାପରେ ଅରବିନ୍ଦ ବଲାଙ୍ଗୀର ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସୋମବାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ  ସଦାନନ୍ଦ ସାହୁଙ୍କୁ ଗିରଫ କରିଛି। ୫ ହଜାର ଟଙ୍କା ଜବତ କରିବା ସହ ସଦାନନ୍ଦଙ୍କ ଅଫିସ କାର୍ଯ୍ୟାଳୟ, ସରକାରୀ ବାସଭବନ ଓ କଳାହାଣ୍ଡି ଜିଲ୍ଲା ନର୍ଲା ବାସଭବନରେ ଭିଜିଲାନ୍ସ ରେଡ କରିଛି। ଏନେଇ ବଲାଙ୍ଗୀର ଭିଜିଲାନ୍ସ ଡିଏସପି ପଲ୍ଲୀସ୍ତି ଛତ୍ରୀୟା ସୂଚନା ଦେଇଛନ୍ତି ।

 

Latest Posts

Don't Miss