ଭିଜିଲାନ୍ସ ଜାଲରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ

ଭୁବନେଶ୍ୱର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ । ଭିଜିଲାନ୍ସ ଜାଲରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ । ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସ । ସକାଳୁ ସକାଳୁ ୫ଟି ଟିମ ରେଡ କରିଛି । ଅଜୟଙ୍କ ଘର ସମେତ ୬ ଟି ସ୍ଥାନରେ ଛାପା ମାରିଛି ଭିଜିଲାନ୍ସ । ଟଙ୍କପାଣି ରୋଡ଼ ରତ୍ନାକର ବାଗ ଲେନରେ ଥିବା ପୈତୃକ ଓ ଆବାସିକ ଘରେ ଚଢ଼ାଉ କରିଛି । ସେହିପରି ପଟିଆରେ ଥିବା ଫ୍ଲାଟ, ନୂଆଗାଁରେ ଥିବା ଆଉଟ ହାଉସ, ବାଲେଶ୍ୱରରେ ଥିବା ଦୁଇ ମହଲା ଘରରେ ଚଢ଼ାଉ କରିଛି ଟିମ । ତାଙ୍କ ନାଁରେ ଥିବା ୩ ଟି ଫ୍ଲାଟକୁ ଠାବ କରିଛି ଭିଜିଲାନ୍ସ ।

ଭୁବନେଶ୍ୱରରେ ୨ଟି ଓ ପୁରୀରେ ଗୋଟେ ଫ୍ଲାଟର ସୂଚନା ପାଇଛି ଟିମ୍ । ସେପଟେ ଏବେ ମଧ୍ୟ ସ୍ୱତନ୍ତ୍ର ସଚିବ ଅଜୟଙ୍କ ଘରେ ମଧ୍ୟ ଜାରି ରହିଛି ରେଡ । ବର୍ତ୍ତମାନ ଟିମ୍‌ ୩ଟି ଫ୍ଲାଟକୁ ଜବତ କରିଛି । ଭୁବନେଶ୍ୱରରେ ୨ ଫ୍ଲାଟ୍‌ ରହିଛି ଏବଂ  ପୁରୀରେ ଗୋଟିଏ ଫ୍ଲାଟ୍‌ ରହିଛି । ସେପଟେ ଆଉ ଦୁଇ ମାସପରେ ଅବସର ନେଇଥାନ୍ତେ । ତେବେ କେମିତି ସେ ଏତେ ଟଙ୍କାର ଅଧିକାରୀ ହେଲେ ତାକୁ ନେଇ ତଦନ୍ଦ କରୁଛି ଭିଜିଲାନ୍ସ । ଭୁବନେଶ୍ୱରରେ ଥିବା ବ୍ୟାଙ୍କ ଲକରକୁ ମଧ୍ୟ ନିଜ ତଦନ୍ତର ଅଧିନକୁ ନେଇଛି । ସଂଧ୍ୟା ସୁଧା ସବୁ ପର୍ଦାଫାସ ହେବ ବୋଲି ସୂଚନା ମିଳିଛି ।

Leave a Reply