ପୁଅ ଶ୍ୱଶୁର ଘର ଗଦି ତଳୁ ମିଳିଥିଲା ୨୫ ଲକ୍ଷ, ଆଜି ବି ରେଡ୍ କରୁଛି ଭିଜିଲାନ୍ସ

ଭୁବନେଶ୍ୱର: ଦ୍ୱିତୀୟ ଦିନରେ ବି ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘର ଓ କ୍ବାର୍ଟର୍ସରେ ଚାଲିଛି ଭିଜିଲାନ୍ସ ଛାପା । ଘରେ ରେଡ୍ ବେଳେ ୨ଲକ୍ଷ ନଗଦ ଟଙ୍କା ଜବତ ହୋଇଥିବା ବେଳେ ରବିନାରାୟଣ ପଣ୍ଡାଙ୍କ ଘର ଓ ସମ୍ପର୍କୀୟଙ୍କ ଘରୁ ମୋଟ୍ ୨୮.୯ ଲକ୍ଷ ଟଙ୍କା ଜବତ ହୋଇଛି । ବାବୁଙ୍କ ଭୁବନେଶ୍ବରରେ ଦୁଇଟି କୋଠା ସାଙ୍ଗକୁ 12 ଟି ପ୍ଲଟ ରହିଛି ।

ମିଳିଥିବା ସୂଚନା ମୁତାବକ 12 ଟି ପ୍ଲଟ ମଧ୍ୟରୁ 5ଟି ଭୁବନେଶ୍ବରରେ, 2ଟି କଟକରେ ଓ 5ଟି କେନ୍ଦ୍ରାପଡାରେ ରହିଛି । ପ୍ରାୟ ଗୋଟେ କେଜିର ସୁନା ଗହଣା ଜବତ ଠାବ ହୋଇଥିବା ବେଳେ ୧କୋଟି ୨୦ଲକ୍ଷର ବ୍ୟାଙ୍କ ଜମା ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ପୁଅର ଶ୍ବଶୁର ଘର ଗଦି ତଳୁ ମିଳିଥିଲା ନଗଦ ୨୫ ଲକ୍ଷ ଟଙ୍କା । ଯନ୍ତ୍ରୀଙ୍କର ଥିଲା ଦାମୀ ସଉକ । ଆଇଗିଣିଆ ଘରେ ବ୍ୟବବହୁଳ ଇଣ୍ଟିରିୟର ସାଙ୍ଗକୁ ଫରେନ୍ ବ୍ରାଣ୍ଡ ଘଣ୍ଟା ଦେଖି ଭିଜିଲାନ୍ସ ଜଳକା ।

ସେପଟେ ରୂପା ଗ୍ଲାସରେ ପାଣି ପିଉଥିଲେ ବାବୁ । ଘର ଭିତରେ ଥିବା ସିକ୍ରେଟ ଚାମ୍ବରରୁ ଅନେକ ତଥ୍ୟ ପାଇଛି ଭିଜିଲାନ୍ସ । ରବିନାରାୟଣଙ୍କ ସୁପାରିସରେ କୋଟି କୋଟି ଟଙ୍କାର ଠିକାକାମ କରୁଥିଲା ପୁଅ । ଭୁବନେଶ୍ବର ସମେତ କେନ୍ଦ୍ରାପଡା ଓ ଉଦଳାରେ ହୋଇଥିଲା ରେଡ୍ । ଏକକାଳୀନ ୮ ଟି ଟିମ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଚଢାଉ କରିଥିଲେ ।