spot_img

Latest Posts

ITDA ସହକାରୀ ଯନ୍ତ୍ରୀଙ୍କ ଘରେ ଦ୍ୱିତୀୟ ଦିନରେ ଭିଜିଲାନ୍ସ ରେଡ୍, ଜବତ ହେଲା ନଗଦ ୪୧.୭୭ ଲକ୍ଷ ଟଙ୍କା

ବାରିପଦା: ବାରିପଦା ITDAର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ଘରେ ଦ୍ୱିତୀୟ ଦିନରେ ଜାରି ରହିଛି ଭିଜିଲାନ୍ସ ରେଡ୍। ଚଢାଉ ବେଳେ ୪୧.୭୭ ଲକ୍ଷ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ। ବିଳମ୍ବିତ ରାତିରେ ରେଡ୍ ବେଳେ, ବାଲେଶ୍ୱର ସ୍ଥିତ ଘରୁ ୨୮ଲକ୍ଷ ୧୭ହଜାର ୮୦୦ ନଗଦ ଟଙ୍କା ସହ ୬୫୯ ଗ୍ରାମ ସୁନା ଜବତ ହୋଇଛି। ପୂର୍ବରୁ ୧୩.୬ ଲକ୍ଷ ଟଙ୍କା ଜବତ ହୋଇଥିଲା। ଭୁବନେଶ୍ୱର ବରଗଡ଼ ବ୍ରିଟ୍ କଲୋନୀରେ ଥିବା ଘରର ପତ୍ତା ପାଇ ଭିଜିଲାନ୍ସ ରେଡ୍ ଆରମ୍ଭ କରିଛି। ଭୁବନେଶ୍ୱର ଓ ବରଗଡ଼ରେ ଥିବା ୪ମହଲା କୋଠାର ମୂଲ୍ୟ ୫୬ ଲକ୍ଷରୁ ଅଧିକ ଟଙ୍କା ହେବ।

ବାଲେଶ୍ୱରରେ ମଧ୍ୟ ରହିଛି ୪ ମହଲା କୋଠା। ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଗୋଟିଏ ଫ୍ଲାଟ୍, କଳିଙ୍ଗବିହାରରେ ଘର, ବାଲେଶ୍ୱରରେ ୩ଟି ପ୍ଲଟ୍ ରହିଛି। ଗୋଟିଓ କାର୍ ଓ ୩ଟି ବାଇକ୍ ଜବତ ହୋଇଛି। ଚଢ଼ାଉରେ ୧୦ ଜଣ ଡିଏସପି, ୪ ଇନ୍ସପେକ୍ଟରଙ୍କ ସହ ୩୦ ଜଣ କର୍ମଚାରୀ ସାମିଲ ହୋଇଛନ୍ତି। ଭିଜିଲାନ୍ସ ଇତିହାସରେ ରେଡ୍‌ରେ ଜବତ ଟଙ୍କା ଦୀର୍ଘ ୮ ବର୍ଷ ଧରି ଯନ୍ତ୍ରୀ ଗୋଟିଏ କାର୍ଯ୍ୟାଳୟରେ ଚାକିରି କରୁଥିବା ବେଳେ ବହୁ ଦୁର୍ନୀତିରେ ସଂପୃକ୍ତ ଥିବାର ଅଭିଯୋଗ ହୋଇଥିଲା। ଠିକାଦାରଙ୍କ ଦସ୍ତଖତ ଜାଲ କରି ଅନେକ ସମୟରେ ଟଙ୍କା ଉଠାଉଥିବାର ଠିକାଦାର ଅଭିଯୋଗ କରିଥିଲେ। ଏହାସହ ଜିଏସଟି ଠକେଇ ମାମଲାରେ ସଂପୃକ୍ତ ଥିବା ମଧ୍ୟ ଅଭିଯୋଗ ହୋଇଛି।

Latest Posts

Don't Miss