ଯନ୍ତ୍ରୀଙ୍କ ଗାଡି ପ୍ରେମ: ଚଢୁଛନ୍ତି ୩୦ ଲକ୍ଷ ଟଙ୍କାର ଗାଡି, ଧରିଲା ଭିଜିଲାନ୍ସ

1 min read

ଭୁବନେଶ୍ବର: ପୂର୍ତ୍ତ ବିଭାଗ ଯନ୍ତ୍ରୀ ଅଜୟ ମିଶ୍ରଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢାଉ । ଯାଞ୍ଚ ଯେତେ ଆଗଉଛି ଯନ୍ତ୍ରୀଙ୍କ ସମ୍ପତ୍ତି ଗୁମର ଖୋଲିବାରେ ଲାଗିଛି । ଯନ୍ତ୍ରୀଙ୍କ ରୁ ୮୪ ହଜାର ୫ ଶହ ଟଙ୍କା ନଗଦ ଜବତ କରାଯାଇଛି । ଏହାସହ ବାଇ୍ ସୌଖୁନୀ ଅଜୟ ଏବଂ ତାଙ୍କ ପୁଅ ଦାମୀ ଗାଡି ଚଢୁଥିବା ଜଣାପଡିଛି ।

ଅଜୟଙ୍କ ପାଖରେ ୩୦ ଲକ୍ଷ ଟଙ୍କାର ବାଇକ୍ ଥିବା ଜଣାପଡିଛି । ଏଥିରେ ୮ ଲକ୍ଷ ଟଙ୍କାର ଦୁକାଟି ବାଇକ୍, ସାଢେ ୫ ଓ ୭ ଲକ୍ଷ ଟଙ୍କାର ୨ଟି ହାର୍ଲି ଡେଭିଡସନର ରହିଛି । ଏହାସହ ୭୦ ହଜାର ଗୋଟିଏ ଗ୍ରାଜିଆ ସ୍କୁଟି ଓ ୫୫ ହଜାର ଟଙ୍କାର ଡିଓ ସ୍କୁଟି ଠାବ ହୋଇଛି । ୮ ଲକ୍ଷ ଟଙ୍କାର ହ୍ୟୁଣ୍ଡାଇ i-10 କାର ମଧ୍ୟ ଜବତ ହୋଇଛି । ବିଭିନ୍ନ ସ୍ଥାନରେ ୧୦ଟି ପ୍ଲଟ, ୩ଟି ବିଲ୍ଡିଂରେ ଚାଲିଛି ରେଡ୍ ।

ଭୁବନେଶ୍ବର ଆର୍ ଆଣ୍ଡ ବି ଡିଭିଜନର ସହକାରୀ ଯନ୍ତ୍ରୀ ଅଜୟ କୁମାର ମିଶ୍ରଙ୍କ ଘରେ ପଶିଛନ୍ତି ଭିଜିଲାନ୍ସ ଅଧିକାରୀ । ଏକକାଳୀନ ୬ଟି ସ୍ଥାନରେ ଚାଲିଛି ଚଢାଉ । ଭୁବନେଶ୍ବର ପଟିଆ ଶ୍ରୀବିହାର ସ୍ଥିତ ସାଇ ଗାର୍ଡେନ ଆପାର୍ଟମେଣ୍ଟରେ ଥିବା ଭଡା ଘର, ନନ୍ଦନକାନନ ନିକଟ ରଘୁନାଥ ମୌଜାରେ ଥିବା ଘର, ନିର୍ମାଣ ସୌଦ୍ଧ କାର୍ଯ୍ୟାଳୟରେ ଚାଲିଛି ରେଡ୍ । ସେହିପରି ଢେଙ୍କାନାଳ ତାରିଣୀ ନଗରରେ ଥିବା ୩ ମହଲା କୋଠା, ସଦର ଅଳସୁଆ ମୌଜାରେ ଥିବା ଘର, ତାଳଚେର କାକୁଡିଠାରେ ଥିବା ପୈତୃକ ଘରେ ଚାଲିଛି ଚଢାଉ ।  ରେଡ ବେଳେ କିଛି ପାସବୁକ୍, ଏଟିଏମ ଓ ଇନସ୍ୟୁରାନ୍ସ ପେପର ଜବତ କରିଛି ଭିଜିଲାନ୍ସ । ଭିଜିଲାନସ ଡିଏସପି ଅନିରୁଦ୍ଧ ନାୟକଙ୍କ ନେତୃତ୍ବରେ ଚାଲିଛି ଚଢ଼ାଉ । ଚଢାଉରେ ୫ ଡିଏସପି, ୧୧ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।