ଭିଜିଲାନ୍ସ ଜାଲରେ ନୂଆପଡ଼ା ଖଡିଆଳ ବିଡିଓ ନାରାୟଣ ସାହୁ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ବିଡିଓ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ନୂଆପଡ଼ା ଖଡ଼ିଆଳ ବିଡିଓ ନାରାୟଣ ସାହୁ । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବଲାଙ୍ଗୀର ଭାଟିକା ହୋଟେଲ ନିକଟ ଘର, ଲୋଇସିଂହାରେ ଥିବା ପୈତୃକ ଘର, ଖଡ଼ିଆଳ ସ୍ଥିତ ଅଫିସ ଓ ସରକାରୀ କ୍ବାର୍ଟର୍ସରେ ଚାଲିଛି ଖାନତଲାସି । ଏହାସହ ବଲାଙ୍ଗୀର ସଦର ବ୍ଲକ ବିଡିଘାଟରେ ଥିବା ସମ୍ପର୍କୀୟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଚଢ଼ାଉରେ ୩ଜଣ ଡିଏସପି, ୧୦ଜଣ ଇନସ୍ପେକ୍ଟର ଏବଂ ୪ଜଣ ଏଏସଆଇ ସାମିଲ ହୋଇଛନ୍ତି ।