ଭିଜିଲାନ୍ସ ଜାଲରେ କୋଟଗଡ ଥାନା ଭାରପ୍ରାପ୍ତ ଆଇଆଇସି

କନ୍ଧମାଳ: ଭିଜିଲାନ୍ସ ଜାଲରେ କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଭାରପ୍ରାପ୍ତ ଆଇଆଇସି । 1 ଲକ୍ଷ 45 ହଜାର 800 ଟଙ୍କା ଦଶହରା ଚାନ୍ଦା ଆଦାୟ କରିବା ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ । କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ କୋଟଗଡ ଥାନା ଭାରପ୍ରାପ୍ତ ଥାନା ଅଧିକାରୀ ଧିରେଜ କୁମାର ଲେଙ୍କା ଗିରଫ । ଥାନା ଅଞ୍ଚଳରୁ ଦଶହରା ଚାନ୍ଦା ବାବଦକୁ 1 ଲକ୍ଷ 45 ହଜାର 800 ଟଙ୍କା ଆଦାୟ କରିଥିଲେ ଧିରେଜ ।

ଏହି ଚାନ୍ଦା ଟଙ୍କା ନେଇ ଥାନାରୁ ଛୁଟିକାଟି ସରକାରୀ ଗାଡିରେ ଗାଁକୁ ଯାଉଥିବା ବେଳେ ବାଲିଗୁଡା ବଜାର ମଝିରାସ୍ତାରେ ପୂର୍ବରୁ ପ୍ରସ୍ତୁତ ଥିବା ଫୁଲବାଣୀ ଓ ବ୍ରହ୍ମପୁର ଭିଜିଲ୍ଲାନ୍ସ ଟିମ୍ ତାଙ୍କୁ କାବୁ କରିଛି । ଲାଞ୍ଚ ଟଙ୍କା ଜବତ କରିବା ସହ ସରକାରୀ ବାସ ଗୃହ ଓ କଟକ ଭୁବେନଶ୍ବର ସହିତ ବିଭିନ୍ନ ସ୍ଥାନରେ ରେଡ କରିଛି ଭିଜିଲାନ୍ସ ।