ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୫ଟି ସ୍ଥାନରେ ଚାଲିଛି ଚଢ଼ାଉ

ଜଳେଶ୍ୱର: ଜଳେଶ୍ୱର ବିଡିଓଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଲେ ଅଶ୍ୱିନୀ ଦାସ । ଏକକାଳୀନ ପାଞ୍ଚଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଜଣେ ଡିଏସପିଙ୍କ ନେତୃତ୍ୱରେ ଜଳେଶ୍ୱର ସ୍ଥିତ ବିଡିଓଙ୍କ ସରକାରୀ ବାସଭବନରେ ଚଢ଼ାଉ କରୁଛି ୫ ଜଣିଆ ଟିମ୍ । ଏହା ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାରେ ବିଡିଓ ଭାବରେ କାର୍ଯ୍ୟ କରୁଥିଲେ ଅଶ୍ୱିନୀ । କେନ୍ଦ୍ରାପଡ଼ାର ପୈତୃକ ଘର, କଟକ ସ୍ଥିତ ଶ୍ୱଶୂରଙ୍କ ଘର ଏବଂ ଜଳେଶ୍ୱରରେ ଥିବା ସରକାରୀ କ୍ୱାର୍ଟର ସହିତ ମୋଟ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ ।