ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ସାଉଥକୋ ଜେନେରାଲ ମ୍ୟାନେଜର ପ୍ରମୋଦ କୁମାର ଚୌଧୁରୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରମୋଦଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ । ଅଫିସ ସହ ଏକକାଳୀନ ୧୦ଟି ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ । ବ୍ରହ୍ମପୁର ସିଦ୍ଧାର୍ଥ ନଗର ପ୍ରଥମ ଲେନରେ ତିନି ମହଲା କୋଠା, ଆଙ୍କୁଲି ଶଶିଭୂଷଣ ନଗର ତୃତୀୟ ଲେନରେ ଦୁଇ ମହଲା କୋଠା ଠାବ ହୋଇଛି ।
ଗୋପାଳପୁର ହରିପୁର ଗାଁରେ ଥିବା ଦୁଇ ମହଲା କୋଠା, ବ୍ରହ୍ମପୁରରେ ଫାର୍ମ ହାଉସ ଓ ଲୋଚାପଡ଼ାରେ ଥିବା ବାସଭବନରେ ମଧ୍ୟ ଚଢ଼ାଉ ହୋଇଛି । ପୁରୀରେ ଏକ ଫ୍ଲାଟ୍, ବ୍ରହ୍ମପୁର ଆମ୍ବପୁଆରେ ଗୋଟିଏ ଫ୍ଲାଟ, ଗଞ୍ଜାମ ବାଳକୃଷ୍ଣପୁରରେ ଥିବା ସମ୍ପର୍କୀୟଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ କରିଛି । ଚଢ଼ାଉରେ ଜଣେ ଅତିରିକ୍ତ ଏସପି, ୩ ଜଣ ଡିଏସପି, ୧୨ ଜଣ ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ସାମିଲ ହୋଇଛନ୍ତି ।