ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଭୂତଳ ଜଳ ବିଭାଗ ଭୂତତ୍ତ୍ଵବିତ ଅସୀମ ଅଂଶୁମାନ ନାୟକ

ନନ୍ଦିଘୋଷ ବ୍ୟରୋ: ଭିଜିଲାନ୍ସ ଜାଲରେ ଆଉ ଜଣେ ବରିଷ୍ଠ ଅଧିକାରୀ। ଲାଞ୍ଚ ନେବାବେଳେ ଧରାପଡିଲେ ବଲାଙ୍ଗୀର ଭୂତଳ ଜଳ ବିଭାଗ ଭୂତତ୍ତ୍ଵବିତ ଅସୀମ ଅଂଶୁମାନ ନାୟକ। ୪୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଅସୀମ ଅଂଶୁମାନଙ୍କୁ ଧରିଲା ଭିଜିଲାନ୍ସ। ‘ଛାତ’ ଯୋଜନାରେ ଜଣେ ପରାମର୍ଶଦାତାଙ୍କ ଠାରୁ ଲାଞ୍ଚ ନେଉଥିବାଳେ ତାଙ୍କୁ ଭିଜିଲାନ୍ସ ଧରିଛି। ପୂର୍ବରୁ ସେ ୧୦ ହଜାର ଟଙ୍କା ଲାଞ୍ଚ ନେଇଥିବା ନେଇ ଅଭିଯୋଗ ହୋଇଥିଲା। ପରାମର୍ଶଦାତାଙ୍କଠାରୁ ସେ ମୋଟ ୫୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏକକାଳୀନ ୩ଟି ସ୍ଥାନରେ ରେଡ ହୋଇଥିବା ସୂଚନା ମିଳିଛି।