ଲକ୍ଷାଧିକ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ, ତହସିଲଦାର ଏବଂ ଡାଟାଏଣ୍ଟ୍ରି ଅପରେଟର ଗିରଫ…
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ତହସିଲଦାର ଗିରଫ । ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଓ ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁଙ୍କୁ ଗିରଫ କରାଯାଇଛି । ୧ ଲକ୍ଷ ୨୦ ହଜାର ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଜମି କିସମ ବଦଳାଇବାକୁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଲାଞ୍ଚ ଅଭିଯୋଗରେ ବାଲିଅନ୍ତା ତହସିଲଦାର ରଶ୍ମୀରେଖା ପ୍ରଧାନ ଓ ତହସିଲ ଅଫିସ୍ର ଡାଟା ଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ଭିଜିଲାନ୍ସ ଗିରଫ କରିଛି ।
ସୂଚନା ଅନୁଯାୟୀ, ତହସିଲଦାରଙ୍କ ପାଖକୁ ଜମି କିସମ ବଦଳାଇବାକୁ ଜଣେ ବ୍ୟକ୍ତି ଆସିଥିଲେ । କିନ୍ତୁ ତହସିଦାର ଉକ୍ତ ବ୍ୟକ୍ତିଙ୍କଠାରୁ ୧ଲକ୍ଷ ୨୦ ହଜାର ଟଙ୍କା ଟଙ୍କା ଲାଞ୍ଚ ଡିମାଣ୍ଡ କରିଥିଲେ । ଏନେଇ ବ୍ୟକ୍ତି ଜଣକ ଭିଜିଲାନ୍ସକୁ ଜଣାଥିଲେ । ଏହାପରେ ଭିଜିଲନ୍ସା ତାର ପ୍ଲାନ ଅନୁଯାୟୀ ଡିମାଣ୍ଡ କରାଯାଇଥିବା ଟଙ୍କା ନେଇ ତହସିଲଦାରଙ୍କୁ ଦବାପାଇଁ କୁହିଥିଲା । ତେବେ ବ୍ୟକ୍ତି ଜଣକ ଟଙ୍କା ନେଇ ତହସିଲ ଅଫିସରେ କାମ କରୁଥିବା ଡାଟାଏଣ୍ଟ୍ରି ଅଫିସରକୁ ଦେଇଥିଲେ ।
ଟଙ୍କା ଦେବା ସମୟରେ ଡାଟାଏଣ୍ଟ୍ରି ଅପରେଟର ଧନେଶ୍ୱର ସାହୁ ଏବଂ ତହସିଲଦାର ରଶ୍ମୀରେଖା ପ୍ରଧାନଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ସେପଟେ ଲାଞ୍ଚନେବା ଅଭିଯୋଗକୁ ମୁହେଁ ମୁହେଁ ଏଡ଼ାଇଦେଇଛନ୍ତି ତହସିଲଦାର । ସେ ଏହା ତାଙ୍କ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ବୋଲି କହିଛନ୍ତି । ସେପଟେ କିନ୍ତୁ ଡାଟାଏଣ୍ଟ୍ରି ଅପରେଟର ତହସିଲଦାର କହିବା କାରଣରୁ ଟଙ୍କା ନେଉଥିଲେ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି । ତହସିଲଦାରଙ୍କ ଘର ଏବଂ ଅଡଫିସ ଏବେ ଯାଞ୍ଚ କରାଯାଉଛି ।