ଉପଜିଲ୍ଲାପଳଙ୍କ ଅଫିସ୍ କିରାଣିଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗିର: ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳଙ୍କ ଅଫିସର ମୁଖ୍ୟ କିରାଣି ରମେଶ ପ୍ରସାଦ ନାଗ । ରମେଶ ତାଙ୍କ ୩୨ ବର୍ଷ ଚାକିରି କାଳରେ କୋଟି କୋଟି ଟଙ୍କା ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ ପରେ ଭିଜିଲାନ୍ସ ବିଭାଗ ଏକକାଳୀନ ୩ଟି ସ୍ଥାନରେ ଚଢ଼ାଉ କରିଛି । ବଲାଙ୍ଗିର ଭିଜିଲାନ୍ସ ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ୱରେ ସମ୍ବଲପୁର ଓ ସୋନପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି

ରମେଶଙ୍କ ଶାନ୍ତିପଡା ବାସଭବନ, ତାଲପାଳିପଡା ପୈତୃକ ବାସଭବନ ସମେତ ସୋନପୁର ଅଫିସରେ ଚଢ଼ାଉ କରାଯାଇଛି । ତାଲପାଳିପଡାରେ ଏକ ସରକାରୀ ଜମିକୁ ତାଙ୍କ ପରିବାର ଅକ୍ତିଆର କରି ରଖିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡିଛି । ତାଙ୍କ ଘରୁ ଟଙ୍କା, ସୁନା ଗହଣା ସହ ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ଭିଜିଲାନ୍ସ । ବ୍ୟାଙ୍କ ଲକରରେ କିଛି ସୁନା ଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ଭିଜିଲାନ୍ସ ଜାଣିବାକୁ ପାଇଛି । ବ୍ୟାଙ୍କକୁ ଯାଇ ତାହା ମଧ୍ୟ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଡ଼ିଏସପି ସଦାନନ୍ଦ ପାଣି ସୂଚନା ଦେଇଛନ୍ତି ।

ଏପଟେ ଭିଜିଲାନ୍ସ ବିଭାଗର ଆକ୍ସନ ଦେଖି ଦୁର୍ନୀତିଖୋର ସରକାରୀ ବାବୁଙ୍କ ଭିତରେ ଛନକା । ନାହିଁ ନିସ୍ତାର । ଜଣଙ୍କ ପରେ ଜଣେ ଲାଞ୍ଚଖୋର ବାବୁ ପଡୁଛନ୍ତି ଭିଜିଲାନ୍ସ ଜାଲରେ । ଅଭିଯୋଗ ଆସିବା ମାତ୍ରେ ଭିଜିଲାନ୍ସ ବିଭାଗର ଆକ୍ସନ ଆରମ୍ଭ । ଯେଉଁଠି ହାତ ମାରୁଛନ୍ତି ସେଠୁ ବାହାରୁଛି ପୁଳା ପୁଳା ଟଙ୍କା ଓ ଆୟ ବହିର୍ଭୁତ ସ୍ଥାବର, ଅସ୍ଥାବର ସମ୍ପତ୍ତି ।

Leave a Reply