spot_img

Latest Posts

ସକାଳୁ ସକାଳୁ ଦୁଇ ଦୁଇଟି ସ୍ଥାନରେ ରେଡ୍‌ କଲା ଭିଜିଲାନ୍ସ ବିଭାଗ

ଭୁବନେଶ୍ୱର: ସକାଳୁ ସକାଳୁ ବିଭିନ୍ନ ଜିଲ୍ଲାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ମୟୂରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକର ସହକାରୀ ଯନ୍ତ୍ରୀ ଧରିଆ ମାଝୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରାଯାଇଛି। ପାଞ୍ଚଟି ଜାଗାରେ ଚଢାଇ କରାଯାଇଛି। କୁଳିଅଣା ଅଫିସ, ବାରିପଦାର କାଳିକାପୁର ବାସଭବନ, କୋଷ୍ଠାଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଶୁଳିଆପଦାର ବଡଶୁକ୍ରୁଳିଆ ଖୋଲଠାରେ ଥିବା ପୈତୃକ ଘର ଏବଂ ବଡ଼ସାହିର ଧନଶୁଳା ଗ୍ରାମରେ ଥିବା ଶ୍ୱଶୁର ଘର ଉପରେ ଏକ ସାଙ୍ଗରେ ଚଢାଉ ହୋଇଛି। ବାଲେଶ୍ୱର ଭିଜିଲାନ୍ସ ଏସପି ସନ୍ତୋଷ କୁମାର ମିଶ୍ରଙ୍କ ନିର୍ଦ୍ଦେଶରେ ୪ଟି ଟିମ୍ ତଦନ୍ତ ଆରମ୍ଭ କରିଛନ୍ତି। ଉଭୟ ମୟୂରଭଞ୍ଜ ଏବଂ ବାଲେଶ୍ୱର ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଚଢ଼ାଉରେ ସାମିଲ ହୋଇଛନ୍ତି।

ସେହିପରି ଆୟର ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗ ରେ ଭବାନୀପାଟଣା ପଲିଟେକନିକ୍ ଇଞ୍ଜିନିୟରିଂ ସ୍କୁଲର ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରାୟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଝାରସୁଗୁଡ଼ା ବାସଭବନ ସମେତ ୬ ଟି ସ୍ଥାନରେ ଏକା ସାଙ୍ଗରେ ଭିଜିଲାନ୍ସର ଚଢ଼ାଉ। ଝାରସୁଗୁଡ଼ା ଏଲ ଏନ୍ କଲେଜ ପାଖ ବାସଭବନ ସମେତ ଆଉ ଏକ ଘର,ସୁନ୍ଦରଗଡ଼ ରେ ତାଙ୍କ ସ୍ତ୍ରୀ କାର୍ଯ୍ୟ କରୁଥିବା MI ଅଫିସ୍, କେନ୍ଦ୍ରାପଡ଼ା ବାସଭବନ, ଭବାନୀପାଟଣାରେ ଥିବା ସରକାରୀ ବାସଭବନ ଓ ଭୁବନଶ୍ଵରର ଏକ ଘରେ ମଧ୍ୟ  ଭିଜିଲାନ୍ସ ଚଢ଼ାଉ ଜାରି ରହିଛି।

Latest Posts

Don't Miss