ଭିଜିଲାନ୍ସ ଜାଲରେ ଗଣିତ ଅଧ୍ୟାପକ; ୧ କୋଟି ୮୮ ଲକ୍ଷର ବେଆଇନ ସମ୍ପତି ଜବତ

ଗଣତି ଅଧ୍ୟାପକ ଗିରଫ କରିଛି ଭିଜିଲାନ୍ସ । ସିଇଟି ପ୍ରଫେସର ପ୍ରସନ୍ନ କୁମାର ମିଶ୍ରଙ୍କ ନିଜସ୍ୱ ବାସ ଭବନ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ହୋଇଥିଲା । ଚଢାଉ ବେଳେ ସର୍ବମୋଟ୍ ୨ କୋଟି ୧୯ ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଠାବ ହୋଇଛି । ଏଥିରୁ ୧ କୋଟି ୮୮ ଲକ୍ଷ ଆୟ ବର୍ହିଭୁତ ସମ୍ପତ୍ତି । ତେବେ ଭିଜିଲାନ୍ସ ଏଯାବତ୍ ଖୋଳତାଡ଼ ଜାରି ରଖିଛି ।
ପରିବାରର ସମସ୍ତ ସଦସ୍ୟଙ୍କ ଆକାଉଣ୍ଟ ଚେକ୍ କରାଯାଉଛି । ସବୁ ସୂତ୍ରରୁ ତଥ୍ୟ ସଂଗ୍ରହ ପାଇ ପ୍ରୟାସ କରି ସମ୍ପତ୍ତି ଖୋଜି ବାହାର କରାଯାଉଥିବା ଭିଜିଲାନ୍ସ ଜଣାଇଛି । ଏବେ ଅଧ୍ୟାପକଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କୁ କୋର୍ଟ ଚାଲାଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି ।