ସକାଳୁ ସକାଳୁ ଫାଣ୍ଡି ଅଧିକାରୀଙ୍କ ଘରେ ଭିଜିଲାନସ ଟିମ୍ର ଚଢ଼ାଉ

ଢେଙ୍କାନଳ: ଢେଙ୍କାନାଳ ପରଜଙ୍ଗ ମହାବୀର ରୋଡ ଫାଣ୍ଡି ଅଧିକାରୀ ସମରେନ୍ଦ୍ର ସାମଲଙ୍କ ଘରେ ଭିଜିଲାନସ ଚଢ଼ାଉ। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ରେଡ୍ ଜାରି ରହିଛି। ସରକାରୀ ଅଫିସ, ସରକାରୀ କ୍ୱାର୍ଟର, ଢେଢ଼ଙ୍କାନାଳ ସହର ବନମାଳିପ୍ରସାଦର ଦୁଇଟି ୨ମହଲା କୋଠା, ଗନ୍ଦିଆ ଥାନା ଅନ୍ତର୍ଗତ ପୈତୃକ ଘର, କେ.ନଗର ଥାନା ଅଧିନ କାନପୁରରେ ଥିବା ଶ୍ୱଶୁର ଘର ଓ ମହାପଡାରେ ଥିବା ଫାର୍ମ ହାଉସରେ ରେଡ୍ ଜାରି ରହିଛି।
ଚଢାଉ ବେଳେ ୩୦୦ ଗ୍ରାମ୍ ସୁନା ଓ ୧ ଲକ୍ଷ ନଗଦ ଟଙ୍କା ଜବତ ହୋଇଛି। ଚଢାଉରେ ୮ଟି ଟିମ୍ ସାମିଲ ହୋଇଥିବା ବେଳେ, ୩ ଡିଏସପି ଓ ୭ଜଣ ଇନସ୍ପେକ୍ଟର ଚଢାଉରେ ସାମିଲ ହୋଇଛନ୍ତି। ଫାଣ୍ଡି ଅଧିକାରୀ ଲାଞ୍ଚ ନେଇ କେସ୍କୁ ରଫାଦଫା କରୁଥିଲେ ଏବଂ ବିଭିନ୍ନ ଆଇନ ବିରୋଧୀ କରାର୍ଯ୍ୟ ପାଇଁ ଟଙ୍କ ନେଇ କାର୍ଯ୍ୟ କରିବାକୁ ଅନୁମତି ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା। ତେବେ ଅଭିଯୋଗ ପରେ ଆଜି ସକାରୁ ସକାରୁ ରେଡ କରିଥିଲା ଭିଜିଲାନ୍ନ ବିଭାବ।