କୋଟିପତି ଡିଏଫଓକୁ ଗିରଫ କଲା ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ

ଭୁବନେଶ୍ୱର: ଶେଷରେ ଗିରଫ ହେଲେ କୋଟିପତି ଡିଏଫଓ ଆଲୋକ ରଞ୍ଜନ ହୋତା । ଭୁବନେଶ୍ୱର ଭିଜିଲାନ୍ସ ଡିଭିଜନ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଡିଏଫଓଙ୍କୁ ଗିରଫ କରାଯାଇଛି । ଗତକାଲି ଭୁବନେଶ୍ୱର, ବାଲୁଗାଁ, ପୈତୃକ ବାସଭବନ ବିରିଡି ନିକଟ ଚାଷୀଖଣ୍ଡ ଓ ବାଲିପାଟଣାରେ ଥିବା ସଂପର୍କୀୟଙ୍କ ଘରକୁ ମିଶାଇ ଏକାକାଳୀନ ୫ ସ୍ଥାନରେ ରେଡ୍ କରିଥିଲା ଭିଜିଲାନ୍ସ ।

ଚଢାଉ ବେଳେ ଖଣ୍ଡଗିରି ଘର, ଚନ୍ଦ୍ରଶେଖପୁରରେ ୩ ମହଲା କୋଠା ଓ ବାଲୁଗାଁ ସରକାରୀ ଅଫିସରେ ଚଢାଉ ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସାଙ୍ଗକୁ ଅମାପ ସମ୍ପତ୍ତି ଠାବ ହୋଇଥିଲା । କେବଳ ସେତିକି ନୁହେଁ, ଜମି, କାଗଜପତ୍ର ଓ ଫିକ୍ସ ଡିପୋଜିଟ ମଧ୍ୟ ଠାବ ହୋଇଥିଲା । ତେବେ ଡିଏଫଓ ଜଣଙ୍କ ଏତେ ଟଙ୍କାର ଅଧିକାରୀ କେମିତି ହେଲେ ଓ ରୋଜଗାରର ଉତ୍ସକୁ ଖୋଳତାଡ କରୁଛି ଭିଜିଲାନ୍ସ ଟିମ ।

ଏହା ସହିତ ଅଭିଯୁକ୍ତଙ୍କ ବିରୋଧରେ ଷଡଯନ୍ତ୍ର ହୋଇଥିବା ସେ କହିଛନ୍ତି । ଏହି ପୂରା ଷଡଯନ୍ତ୍ର ପଛରେ ତାଙ୍କ ବୋହୂ ଉପରେ ସେ ସନ୍ଦେହ କରୁଛନ୍ତି । କାରଣ ନିକଟରେ ତାଙ୍କ ପୁଅ  ବୋହୂଙ୍କର ଡିଭୋର୍ସ ହୋଇଥିଲା । ଯାହାକୁ ନେଇ ଏକ ପିଟିସନ ମଧ୍ୟ ଦାଖଲ କରାଯାଇଚି । ତେବେ ଏସବୁ ମାମଲାରେ ତାଙ୍କ ବୋହୂ ପକ୍ଷରୁ ତାଙ୍କପ ଫସେଇ ଦିଆଯାଇଥିବା ସେ କହିଛନ୍ତି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁ)

Leave a Reply