ଅଭୟକାନ୍ତ ପାଠକ ଭିଜିଲାନ୍ସ ଚଢାଉ ମାମଲା: ୨ୟ ଦିନରେ ୧୨ଟି ସ୍ଥାନରେ ଚାଲିଛି ରେଡ୍
ଭୁବନେଶ୍ୱର: ଯେତେ ଖୋଳିଲେ ସେତେ ବାହାରୁଛି ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ଅମାପ ସଂପତ୍ତି । ଦ୍ବିତୀୟ ଦିନରେ ଆୟବର୍ହୁଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୧୨ଟି ସ୍ଥାନରେ ଚାଲିଛି ରେଡ୍ । ପାଠକଙ୍କ ସରକାରୀ ବାସଭବନରେ ରାତି ସାରା ଛକି ବସିଛି ଭିଜିଲାନ୍ସ। ଗତକାଲି ପୂର୍ବାହ୍ନରେ ଓଡ଼ିଶା ଇତିହାସରେ ବଡ଼ଧରଣର ଭିଜିଲାନ୍ସ ରେଡ ଆରମ୍ଭ ହୋଇଥିଲା।
ଚଢାଉରେ ସାମିଲ ହୋଇଛନ୍ତି ଭିଜିଲାନ୍ସ ସେଲର ଦେଢ ଶହ ଅଧିକାରୀ ଓ କର୍ମଚାରୀ । ଅଭୟକାନ୍ତଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ, ପୁଳା ପୁଳା ଟଙ୍କାର ଟେର ପାଇଥିଲା ଭିଜିଲାନ୍ସ । କିପରି ଚାର୍ଟର ପ୍ଲେନରେ ଗୋଟେ ଟେକଅଫରେ ୨୫ଲକ୍ଷ ଲଙ୍କା ଖର୍ଚ୍ଚ ହେଉଥିଲା ତାର ତଥ୍ୟ ପ୍ରମାଣ ପାଇଛି ଭିଜିଲାନ୍ସ। ରାଜ୍ୟ ତଥା ରାଜ୍ୟ ବାହାରେ ତାଙ୍କ ସାମ୍ରାଜ୍ୟକୁ ଖୋଳି ବାହାର କରୁଛି ଭିଜିଲାନ୍ସ । ଆଜିବି ଚଢାଉ ଜାରିରହିଛି ।