ଭିଜିଲାନ୍ସ ଜାଲରେ ଅତିରିକ୍ତ ତହସିଲଦାର, ଏକକାଳୀନ ୮ ଟି ସ୍ଥାନରେ ଚଢାଉ

ସୁନ୍ଦରଗଡ଼: ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ତହସିଲ ଅଫିସର ଅତିରିକ୍ତ ତହସିଲଦାର କୁଳମଣି ପଟେଲ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ୮ ଟି ସ୍ଥାନରେ ଚଢାଉ ଚାଲିଛି ।
ସୁନ୍ଦରଗଡ଼ର ଦୁଇଟି , ଡୁମାଵାହଲର ୪ଟି, ଲେଫ୍ରିପଡାର ଗୋଟିଏ ଓ ଟାଙ୍ଗରପାଲିର ଗୋଟିଏ ସ୍ଥାନରେ ଚାଲିଛି ଚଢାଉ। ସୁନ୍ଦରଗଡ଼ରେ ଗୋଟିଏ ଦୁଇ ମହଲା କୋଠା, ଲେଫ୍ରିପଡାରେ ଗୋଟିଏ ତିନି ମହଲା କୋଠା ଓ ନିଜ ଗ୍ରାମରେ ତିନୋଟି ଘର ଠାବ ହୋଇଛି ।
ଦୁଇଟି ଟ୍ରାକ୍ଟର, ତିନୋଟି ବାଇକ, ଦୁଇଟି ବୋଲେରୋ ଓ ଗୋଟିଏ କମାଣ୍ଡର ଠାବ ହୋଇଛି ।