କୁବେର କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକକାଳୀନ ୫ ସ୍ଥାନରେ ରେଡ୍

1 min read

କେନ୍ଦୁଝର: ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ BEO କାର୍ଯ୍ୟାଳୟର କନିଷ୍ଠ କିରାଣୀ ଗଙ୍ଗାଧର ସାହୁଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ବାସଭବନ ସମେତ ଏକାଳୀନ ୫ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କେନ୍ଦୁଝରରେ ଥିବା ସରକାରୀ କ୍ବାର୍ଟର୍ସ, ଅଫିସ, ଭାଲୁକିପାଟଣାରେ ଥିବା ୩ ମହଲା କୋଠା, ତାଳପଦାରେ ଥିବା ପୈତୃକ ଘର, ତେଲକୋଇରେ ଥିବା ଶ୍ବଶୁର ଘରେ ଭିଜିଲାନ୍ସ ଚଢ଼ାଉ କରିଛି ।

 

ଚଢ଼ାଉରେ ୩ ଡିଏସପି, ୭ ଇନସ୍ପେକ୍ଟର, ୨ ଜଣ ଏଏସଆଇ ଓ ୯ କନଷ୍ଟେବଳ ସାମିଲ ହୋଇଛନ୍ତି । ତାଙ୍କର କେତେ ସ୍ଥାବର, ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ସ୍ଵର୍ଣ୍ଣ ଅଳଙ୍କାର ତଥା ଅନ୍ୟାନ୍ୟ ସମ୍ପତ୍ତି ଆଦି ରହିଛି, ସେ ସମ୍ପର୍କରେ ଖୋଳତାଡ ଚାଲିଛି ।