ଆୟକର ଅତିରିକ୍ତ କମିଶନରଙ୍କ ଘରେ ଭିଜିଲାନ୍ସ ଚଢାଉ

କଟକ: ଭିଜିଲାନ୍ସ ଜାଲରେ କଟକ କମର୍ସିଆଲ ଟାକ୍ସ ଓ ଜିଏସଟି ଅତିରିକ୍ତ କମିଶନର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ କମର୍ସିଆଲ ଟାକ୍ସ ଓ ଜିଏସଟି ଅତିରିକ୍ତ କମିଶନର ପୀୟୂଷ କାନ୍ତ ପାଣିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ ।

ଏକକାଳୀନ ୬ଟି ସ୍ଥାନରେ ୫ ଜଣ ଡିଏସପି, ୧୧ ଇନସ୍ପେକ୍ଟର ଓ ଅନ୍ୟ ଭିଜିଲାନ୍ସ କର୍ମଚାରୀ ଚଢାଉ କରୁଛନ୍ତି । ଭୁବନେଶ୍ବର ଚକେଇଶିଆଣିରେ ଥିବା ୩ ମହଲା କୋଠା, ଯାଜପୁର ଚୋର୍ଦା ଛକର ପୈତୃକ ଜମିରେ ଥିବା ଦୁଇଟି ୩ ମହଲା କୋଠା ଓ ଗୋଟିଏ ଘରେ ଚଢାଉ ହୋଇଛି । କଟକ ଓଏମପିର ଓଏଫ୍ଏସସି ଟାୱାରରେ ଥିବା ଅଫିସରେ ହୋଇଛି ରେଡ୍  ।

ସେହିପରି ଭୁବନେଶ୍ବର ଅନ୍ଧାରୁଆ ମୌଜାରେ ଥିବା ନିର୍ମାଣାଧିନ ପ୍ଲଟ୍, ସାମପୁର ମୌଜାରେ ଥିବା ନିର୍ମାଣାଧୀନ ପ୍ଲଟ୍, ସୁନ୍ଦରପୁର ମୌଜାରେ ଥିବା ନିର୍ମାଣାଧିନ ପ୍ଲଟ୍‌ରେ ଚାଲିଛି ଚଢ଼ାଉ ।