ସହକାରୀ ଯନ୍ତ୍ରୀଙ୍କ ଘରେ ରେଡ୍‌, ଏକକାଳୀନ ୮ଟି ଜାଗାରେ ଚଢାଉ

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଞ୍ଜିନିଅର । କଟକ ଜିଲ୍ଲା ସାଲେପୁର ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡର ସହକାରୀ ଯନ୍ତ୍ରୀ ଅର୍ଜୁନ କୁମାର ସାହୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ୮ଟି ସ୍ଥାନରେ ଏକକାଳୀନ ରେଡ୍ କରୁଛି ଭିଜିଲାନ୍ସର ଟିମ୍ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରୁଛି ଭିଜିଲାନ୍ସ ।

ଅଫିସ, କ୍ବାର୍ଟର ଓ ପୈତୃକ ଘର ସହ ସମ୍ପର୍କୀୟଙ୍କ ଘରେ ରେଡ୍ ହୋଇଛି । ଭୁବନେଶ୍ବରର ଖଣ୍ଡଗିରି ବିହାର ସ୍ଥିତ ଘର, କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ସଦନନ୍ଦପୁର ଓ ବଳରାମପୁର ଘର, ସାଲେପୁରର ସରକାରୀ କ୍ବାର୍ଟର ସହ ପୈତୃକ ଓ ସମ୍ପର୍କୀୟଙ୍କ ଘରେ ଚଢାଉ କରାଯାଇଛି । ଚଢାଉରେ ୮ ଡିଏସପିଙ୍କ ନେତୃତ୍ବରେ ୮ ଇନ୍ସପେକ୍ଟର, ୭ ଏଏସଆଇ ସାମିଲ ଅଛନ୍ତି ।