ଖଣି ଅତିରିକ୍ତ ନିର୍ଦ୍ଦେଶକଙ୍କ ଘରେ ଭିଜିଲାନ୍ସ ରେଡ୍‌, ଏକକାଳଳୀନ ୧୨ଟି ସ୍ଥାନରେ ଚଢାଉ

1 min read

କେନ୍ଦୁଝର: ଆୟ ବର୍ଭିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖଣି ବିଭାଗର ଅତିରିକ୍ତ ନିର୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। କେନ୍ଦୁଝରର ୭ ଓ ଭୁବନେଶ୍ୱରର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଇଛି । ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଆଦେଶ ବଳରେ ୧୦ ଡିଏସପି, ୭  ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀ ଚଢ଼ାଉ କରିଛନ୍ତି ।

କେନ୍ଦୁଝର ଶିରିଶପାଳ ବାସଭବନ, ଘସିପୁରା ଅଞ୍ଚଳରେ ଥିବା ଶ୍ବଶୁର ଘରେ ଚାଲିଛି ଚଢ଼ାଉ । ଏଥିସହ ତାଙ୍କର ଆର୍ଥିକ କାରବାର ଓ ବ୍ୟବସାୟିକ ସଂପୃକ୍ତି ଥିବା କିଛି ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଉପରେ ମଧ୍ୟ ଚଢାଉ କରାଯାଇଛି । କେନ୍ଦୁଝର ଜିଲ୍ଲାର ୮ଟି ସ୍ଥାନ- କଲେଜ ରୋଡ୍‌, ବିଣିଆପାଟ, ବଜାଜ ଶୋ’ ରୁମ୍‌, ହୋଟେଲ ଇଣ୍ଡିଆ, ମାଗୁରଗାଡ଼ିଆ, ଗମ୍ଭାରିଆ, ଶିରିଶପାଳ ସହ ଆନନ୍ଦପୁର ଓ ବଡ଼ବିଲ ଠାରେ ଭିଜିଲାନ୍ସ ଅଧିକାରୀମାନେ ଚଢ଼ାଉ କରି ସାରିଛନ୍ତି ।

ଉମେଶ ଚନ୍ଦ୍ର ଜେନା ଯୋଡ଼ା ଖଣି ମଣ୍ଡଳରେ DDM ଥିବା ସମୟରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହୋଇଆସୁଥିଲା ।