ଚାଲିଛି ବଡ଼ଧରଣର ରେଡ୍, ବଢୁଛି ସରକାରୀ ବାବୁଙ୍କ ସମ୍ପତ୍ତି ତାଲିକା
1 min read
ଭୁବନେଶ୍ବର : ଭୁବନେଶ୍ବର ଓ ବାଲେଶ୍ବରରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତ ରଞ୍ଜନ ପିଲ୍ଲାଙ୍କ ୪ଟି ଫ୍ଲାଟ୍ । ଭୁବନେଶ୍ବର, ବୀରମହାରାଜପୁର ଓ ବାଲିଆପାଳରେ ରହିଛି ୬ଟି ପ୍ଲଟ୍ । ଭିଜିଲାନ୍ସ ଚଢ଼ାଉ ବେଳେ ଘରୁ ଜବତ ହୋଇଛି ନଗଦ ୮୭ ହଜାର ୭୮୫ଟଙ୍କା । ଏହାଛଡ଼ା ବାବୁଙ୍କର ୨ଟି ଚାରିଚକିଆ ଓ ୩ଟି ଦୁଇଚକିଆ ଯାନ ଠାବ ହୋଇଛି । ବ୍ୟାଙ୍କ ଓ ବୀମାଜମା ସମ୍ପର୍କୀତ ତଥ୍ୟ ନେଇ ଚାଲିଛି ଯାଞ୍ଚ ।
ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଆୟ ବହିର୍ଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ଏକକାଳୀନ ୯ଟି ସ୍ଥାନରେ ଚାଲିଛି ରେଡ୍ । ଭୁବନେଶ୍ବର ମଞ୍ଚେଶ୍ବର ଗାଢ଼କଣା ସ୍ଥିତ ସ୍ପେସ ଟାଉନ ଆପାର୍ଟମେଣ୍ଟର ଦ୍ବିତୀୟ ମହଲା ବ୍ଲକ୍-ବି ୨୦୭ ଫ୍ଲାଟ୍, ରଙ୍ଗମାଟିଆ ହର୍ଷପ୍ରିୟା ଏନକ୍ଲେଭର ୧୦୧ ନମ୍ବର ଫ୍ଲାଟ୍ ଓ ବାଲେଶ୍ବର ସୁନହଟରେ ଥିବା ଦୁଇଟି ଫ୍ଲାଟ୍ରେ ଚାଲିଛି ଚଢ଼ାଉ । ସେହିପରି ଖଣ୍ଡଗିରି ଆଇଗିଣିଆ, ସୁବର୍ଣ୍ଣପୁର ବୀରମହାରାଜପୁର, ବାଲେଶ୍ବର ବାଲିଆପାଳର ନାଇଘାଟି, ସୁବର୍ଣ୍ଣପୁର କଟାପାଲିରେ ରହିଛି ବାବୁଙ୍କ ନାଁରେ ପ୍ଲଟ୍ । ରେଡ୍ରେ ୨ ଡିଏସପି, ୧୪ ଇନସ୍ପେକ୍ଟରଙ୍କ ସହ ୬ ଜଣ ଏଏସଆଇ ସାମିଲ ହୋଇଛନ୍ତି ।