ଭିଜିଲାନ୍ସ ଜାଲରେ GST ଅତିରିକ୍ତ କମିଶନର ବିନୟ ଭୂଷଣ ତ୍ରିପାଠୀ

1 min read

ଭୁବନେଶ୍ୱର: ସରକାରୀ ଅର୍ଥ ହଡପ ଅଭିଯୋଗରେ ଭିଜିଲାନ୍ସ ରେଡ୍ । CT GST ଏନଫୋର୍ସ ୟୁନିଟର ଆସିଷ୍ଟାଣ୍ଟ କମିଶନର ବିନୟ ଭୂଷଣ ତ୍ରିପାଠୀଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ମିଳିଥିବା ସୂଚନା ଅନୁସାରେ, OD O4 L 2233 ନମ୍ବର ଗାଡ଼ିରେ କିଛି ଭଙ୍ଗା ଲୁହା ବିକ୍ରି ପାଇଁ ଯାଉଥିବା ବେଳେ ଫାଇନ ପ୍ରାୟ ୫ ଲକ୍ଷ ୮୫ ହଜାର ୩୫୬ ଟଙ୍କା ଫାଙ୍କି ଦିଆଯାଇଥିଲା। ଏନେଇ ଜଣାପଡ଼ିବା ପରେ ଯାଜପୁର ରୋଡରେ ତଦନ୍ତକୁ ବ୍ୟାପକ କରାଯାଇଥିଲା। ଏହାପରେ ବିଭିନ୍ନ ଗାଡିରୁ ଏଭଳି ଫାଇନ ଫାଙ୍କିଥିବା ନେଇ ମିଳିଥିଲା ସଙ୍ଗୀନ ପ୍ରମାଣ । ଯାହାକୁ ନେଇ ୟୁନିଟ-୨ ସ୍ଥିତ ସରକାରୀ କ୍ବାର୍ଟର, ଖୋର୍ଦ୍ଧା ନିରାକରପୁର ସ୍ଥିତ ପୈତୃକ ଘର, ନିରାକାରପୁର ପଦ୍ମପୁର ସ୍ଥିତ ଫାର୍ମ ହାଉସ, ବରମୁଣ୍ଡା କୃଷ୍ଣପ୍ରିୟା ଆପାର୍ଟମେଣ୍ଟ ଫ୍ଲାଟ ନମ୍ବର ୨୦୧, କେନ୍ଦ୍ରାପଡା ପାଟକୁରା ଥାନା ଯଦୁପୁର ଘରେ ଏକକାଳୀନ ରେଡ୍ କରିଛି ଭିଜିଲାନ୍ସ । ଚଢ଼ାଉରେ ୭ ଜଣ ଡିଏସପି, ୧୪ ଇନ୍ସପେକ୍ଟର ଓ ୨୫ରୁ ଅଧିକ ଅନ୍ୟ କର୍ମଚାରୀ ସାମିଲ ହୋଇଛନ୍ତି।