ନନ୍ଦିଘୋଷ ବ୍ୟୁରୋ: ପୁଣି ଭିଜିଲାନ୍ସ ଜାଲରେ ଆଉ ଜଣେ ବଡ଼ ଅଧିକାରୀ । ଓଡ଼ିଶା ବ୍ରିଜ ଆଣ୍ଡ କନଷ୍ଟ୍ରକସନ ବା ଓବିସିସିର କଟକ ସର୍କଲ ଅତିରିକ୍ତ ମୁଖ୍ଯଯନ୍ତ୍ରୀ ପ୍ରଦୀପ ରଥଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗେ ୧୨ ସ୍ଥାନରେ ରେଡ୍ କରାଯାଇଛି। ସ୍ପେଶାଲ ଜଜ୍ ଭିଜିଲାନ୍ସଙ୍କ ନିର୍ଦ୍ଦେଶ କ୍ରମେ ପ୍ରଦୀପ ରଥଙ୍କ ଘରେ ଚଢାଉ କରାଯାଇଛି ।
ପ୍ରଦୀପଙ୍କ ରସୁଲଗଡ଼ ସ୍ଥିତ ସତ୍ୟବିହାର ଘର, ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଥିବା ଆପାର୍ଟମେଣ୍ଟ, ଭଦ୍ରକ ଜଗନ୍ନାଥପୁରରେ ଥିବା ଆପର୍ଟମେଣ୍ଟ, କଟକ ବାରବାଟୀ ଷ୍ଟାଡିୟମ ନିକଟରେ ଥିବା କାର୍ଯ୍ୟାଳୟ, ଆଗରପଡା ସ୍ଥିତ ପୈତୃକ ଘର, ଭଦ୍ରକ ରହଣ୍ଡିଆ ଶାସନ ସ୍ଥିତ ଘର, ଯାଜପୁରରେ ନିର୍ମାଣଧିନ ଘର, ଖୋର୍ଦ୍ଧାରେ ଥିବା ଘର, କଟକରେ ବିଭିନ୍ନ ସ୍ଥାନରେ ଘର, ଯାଜପୁର ସ୍ଥିତ ସମ୍ପର୍କୀୟଙ୍କ ଘର, ଶାସ୍ତ୍ରୀ ନଗର ସ୍ଥିତ ଅନ୍ୟ ସମ୍ପର୍କୀୟଙ୍କ ଘର, ନୟାପଲ୍ଲୀ ଇନ୍ଦ୍ରଧନୁ ମାର୍କେଟରେ ଥିବା ପୈତୃକ ଘରେ ଏକକାଳୀନ ରେଡ଼ କରିଛି ଭିଜିଲାନ୍ସ । ସକାଳୁ ଚଢାଉ ଜାରି ରହିଥିବାବେଳେ ଭିଜିଲାନ୍ସ ହାତରେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଲାଗିଥିବା ସୂଚନା ମିଳିଛି । ରେଡରେ ୯ ଡିଏସପି, ୧୧ ଇନ୍ସପେକ୍ଟର ଓ ଅନ୍ଯଅଧିକାରୀ ସାମିଲ ହୋଇଛନ୍ତି ।

