spot_img

Latest Posts

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ STA ଡେପୁଟି କମିଶନର ପ୍ରଦୀପ ମହାନ୍ତି ଗିରଫ

ଭୁବନେଶ୍ବର ; STA ଡେପୁଟି କମିଶନର ପ୍ରଦୀପ ମହାନ୍ତି ଗିରଫ। ଆୟ ବହିର୍ଭୂତସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କଲା ଭିଜିଲାନ୍ସ। ବିପୁଳ ପରିମାଣର ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ । ଚଢାଉବେଳେ ପ୍ରଦୀପ ମହାନ୍ତିଙ୍କ ବିପୁଳ କଳ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ । କୋଟିଏ ଟଙ୍କାରେ ଭୁବନେଶ୍ୱରରେ କିଣିଛନ୍ତି 4BHK ଫ୍ଲାଟ୍ । ୪ କୋଠା ସହ ୧୧ ପ୍ଲଟ, ୧୪ ଏକରର ଫାର୍ମ ହାଉସ ଠାବ ହୋଇଛି । ଭୁବନେଶ୍ୱରରେ ୪ ମହଲା କୋଠା, ଶହେ ଗ୍ରାମ ଲେଖାଏଁ ୩ଟି ସୁନା ବିସ୍କୁଟ, ୭ଶହ ଗ୍ରାମର ସୁନା ଅଳଙ୍କାର ସହ ନଗଦ ୧୫ ଲକ୍ଷ ଠାବ କରିଛି ଭିଜିଲାନ୍ସ । ୪ଟି ଚାରିଚକିଆ ଗାଡ଼ି ଅନେକ ବେନାମୀ ସମ୍ପତ୍ତି ଠାବ ହୋଇଛି । ଏକକାଳୀନ ୯ଟି ସ୍ଥାନରେ ଚାଲିଥିଲା ମାରାଥନ ଚଢାଉ। ଭୁବନେଶ୍ଵର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ କଟକରେ ରେଡ୍ କରିଥିଲା । ୨ ଅତିରିକ୍ତ ଏସପି, ୧୩ ଡିଏସପି, ୧୨ ଇନ୍ସପେକ୍ଟର, ୨୫ ଏଏସଆଇ ରେଡରେ ସାମିଲ ହୋଇଥିଲେ।  ଚନ୍ଦ୍ରଶେଖରପୁର ମୈତ୍ରୀ ବିହାର ବାସଭବନରେ ରେଡ୍ କରିଥିଲା। ଭୁବନେଶ୍ଵର ରଘୁନାଥପୁର ଏକ ଫ୍ଲାଟ୍, ନୟାଗଡ଼ ରଣପୁର କୁଳପଲ୍ଲାରେ ପାର୍ମ ହାଉସ, ଭୁବନେଶ୍ଵର ଗୋବିନ୍ଦପ୍ରସାଦରେ ୫ ମହଲା କୋଠା, ଖୋର୍ଦ୍ଧା ଟାଙ୍ଗୀ ପୈତୃକ ବାସଭବନରେ ମଧ୍ୟ ରେଡ୍ କରିଥିଲା। ପୁରୀରେ ଥିବା ସମ୍ପର୍କୀୟଙ୍କ ଘରେ ବି ରେଡ୍ କରିଥିଲା। ସମ୍ପର୍କୀୟଙ୍କ ନାଁରେ ଭୁବନେଶ୍ଵର ମଳିପଡ଼ାରେ ଏକ ପେଟ୍ରୋଲ ପମ୍ପ ମଧ୍ୟ ଥିବା ଜଣାପଡିଛି।  ପୁରୀ ବାଲୁଖଣ୍ଡରେ ନିର୍ମାଣାଧୀନ କୋଠା ଥିବା ଜଣାପଡିଛି।

Latest Posts

Don't Miss