ଭିଜିଲାନ୍ସ ଖୋଲିଲା ପ୍ରତାପଙ୍କ ପାପ ଅର୍ଜିତ ସମ୍ପତ୍ତି ପେଢ଼ି: ଏଯାଏଁ ମିଳିଲାଣି ୧୬ କୋଟିର ସମ୍ପତ୍ତି, ଆହୁରି ଅଛି..
1 min readଭୁବନେଶ୍ୱର/ଭଦ୍ରକ: ଭିଜିଲାନ୍ସ ହାତରେ ଆଉ ଜଣେ କୁବେର ଅଧିକାରୀ । ଓଡ଼ିଶା ଷ୍ଟେଟ୍ ପୋଲିସ ହାଉସିଂ କର୍ପୋରେସନ୍ ଆଣ୍ଡ ଓ୍ୱେଲଫେୟାର (OPHWC)ର ଡେପୁଟୀ ମ୍ୟାନେଜର ପ୍ରତାପ ଏବେ ଭିଜିଲାନ୍ସ ଜାଲରେ । ୨୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଖୋଲିଛି ପ୍ରତାପଙ୍କ ପାପ ଅର୍ଜିତ ସମ୍ପତ୍ତି ପେଢ଼ି ।ସମ୍ପତ୍ତି ଏତେ ଯେ ଏ ଯାଏଁ ସରିନି ହିସାବ । ତେବେ ଏଯାବତ୍ ମିଳିଥିବା ସମ୍ପତ୍ତି ତାଲିକା ମଧ୍ୟରେ ରହିଛି ଭଦ୍ରକ ବାସୁଦେବପୁରର ୫ଟି ପ୍ଲଟ୍ ଓ ଗୋଟିଏ ୪ମହଲା ବିଲଡିଂ, ଖୋର୍ଦ୍ଧା ଓ ଭୁବନେଶ୍ବରରେ ୧୭ଟି ପ୍ଲଟ୍ ଓ ୨ ବିଲଡିଂ ରହିଛି ପ୍ରତାପଙ୍କ ନାଁରେ । ପ୍ରତାପଙ୍କ ନାଁରେ ୧୦ ଓ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି ୧୫ଟି ପ୍ଲଟ୍ ।
ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ଥିବା ଗୋଠପାଟଣା ସ୍ଥିତ ଘରେ ଚଢାଉ ହୋଇଛି । ୨୦ହଜାର ୩୫୦ ବର୍ଗଫୁଟ୍ରେ ୫ମହଲା ପ୍ରାସାଦ ତିଆରି ହୋଇଛି । ବିଲଡିଂର ମୂଲ୍ୟ ୩ କୋଟି ୮୯ଲକ୍ଷ ୬୦ହଜାର ହେବ । ଏବେ ସୁଦ୍ଧା ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୧୨ ହାଜର ୯ଶହରୁ ଅଧିକ ଟଙ୍କା, ଅଧ କିଲୋ ସୁନା, ଦାମୀ ଗାଡି ମଧ୍ୟ ଠାବ କରିଛି ଭିଜିଲାନ୍ସ ।
ତେବେ ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ଖୋଲତାଡ଼ ଜାରି ରଖିଛି ଭିଜିଲାନ୍ସ । ଏଯାବତ୍ ମୋଟ ୧୬ କୋଟି ଟଙ୍କାର ସମ୍ପତ୍ତି ଠାବ ହେଲାଣି । ପ୍ରତାପଙ୍କ ପରିବାର ନାଁରେ ଲକ୍ଷାଧିକ ଟଙ୍କାର ଫିକ୍ସ ଡିପୋଜିଟ ମଧ୍ୟ ରହିଛି । ଆଡିସନାଲ ଏସ୍ପିଙ୍କ ନେତୃତ୍ୱରେ ୫ ଡିଏସ୍ପି କରୁଛନ୍ତି ଚଢ଼ାଉ । ୧୯୮୮ ମସିହାରେ ଚାକିରିରେ ଯୋଗ ଦେଇଥିଲେ ପ୍ରତାପ ।
ଏଥିସହିତ ପଢ଼ନ୍ତୁ: ‘ଆମ ଝିଅକୁ ତା ଶାଶୁଘର ଲୋକେ ଯୌତୁକ ପାଇଁ ମାରିଦେଲେ’