ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ, ଏକାଧିକ ସ୍ଥାନରେ ରେଡ୍
ଜୟପୁର : ଭିଜିଲାନ୍ସ ଜାଲରେ ଏଆରଆଇ ତଥା ଆରଆଇ ଇନଚାର୍ଜ । ବେଆଇନ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ବୋରିଗୁମ୍ମା ତହସିଲ କୁମୁଳି ସର୍କଲର ଆରଆଇ ଇନଚାର୍ଜ ସୁରେନ୍ଦ୍ର ତନ୍ତୀଙ୍କ ଘରେ ଭିଜିଲାନ୍ସ ରେଡ। ରେଡରେ ସାମିଲ ହୋଇଛନ୍ତି ୩ ଜଣ ଡିଏସପି, ୭ ଇନ୍ସପେକ୍ଟର ଓ ୫ ଏଏସଆଇ। ବୋରିଗୁମ୍ମାସ୍ଥିତ ୨ ମହଲା ବିଶିଷ୍ଠ କୋଠା ଓ ଭଡାଘର, ରଣସପୁରସ୍ଥିତ ନିଜ ଘର, କମତାସ୍ଥିତ ନିଜର ସମ୍ପର୍କୀୟଙ୍କ ଘର, କୁମୁଳିସ୍ଥିତ ଅଫିସ ଆଦି ସ୍ଥାନରେ ରେଡ ହୋଇଛି।