ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ
ନନ୍ଦିଘୋଷ ବ୍ୟୁରୋ: ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅଧିକାରୀ ସୁରେଶ ପାଣିଗ୍ରାହୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି । ସୁରେଶ ପାଣିଗ୍ରାହୀଙ୍କ ସୋନପୁର ସ୍ଥିତ ଭଡାଘରେ ଓ କାର୍ଯ୍ୟାଳୟରେ ଭିଜିଲାନ୍ସ ବିଭାଗ ବିଳମ୍ବିତ ରାତିରୁ ଚଢ଼ାଉ ଜାରି ରଖିଛି । ଭିଜିଲାନ୍ସ ବିଭାଗର ଅଧିକାରୀ ମାନେ ଉଭୟ ସ୍ଥାନରେ ତନାଘନା ଜାରି ରଖିଥିବା ସୂଚନା ମିଳିଛି । ବଲାଙ୍ଗୀର ତୁଳସୀ ନଗରସ୍ଥିତ ଘର, ସୁବର୍ଣ୍ଣପୁରସ୍ଥିତ ତାଙ୍କ ଅଫିସ, ବରଗଡ ବିଜେପୁରସ୍ଥିତ ଘର, ଭୁବନେଶ୍ବର ପଟିଆସ୍ଥିତ ଭଡ଼ାଘର, ସେନପୁରସ୍ଥିତ ଭଡ଼ାଘର, ବଲାଙ୍ଗିର ତୁଳସୀ ନଗରସ୍ଥିତ ସମ୍ପର୍କୀୟଙ୍କ ଘର, ଭୁବନେଶ୍ବର ରୟାଲ ଲାଗୁନସ୍ଥିତ ଭଡ଼ାଘର ଆଦି ସ୍ଥାନରେ ରେଡ ହୋଇଛି