spot_img

Latest Posts

ଦୁର୍ନୀତି ନିବାରଣ କ୍ଷେତ୍ରରେ ଓଡ଼ିଶା ଶୂନ ସହନଶୀଳତା ନୀତି ଗ୍ରହଣ କରିଛି

ଭୁବନେଶ୍ବର: ଶନିବାର ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବର ସୂର୍ଯ୍ୟନଗରସ୍ଥିତ ରାଜ୍ୟ ଭିଜିଲାନ୍ସ ଏକାଡେମୀରେ ଦିନିକିଆ ରାଜ୍ୟ ରାଜ୍ୟ ବାର୍ଷିକ ସିଭିଓ-୨୦୨୩ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସରକାରଙ୍କ ଦ୍ବାରା ମନୋନୀତ ବିଭିନ୍ନ ବିଭାଗର ମୁଖ୍ୟ ଭିଜିଲାନ୍ସ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ବିଭାଗୀୟ ମୁଖ୍ୟ ଓ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସରକାରୀ ସିଭିଓମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀକୁ ଭିଜିଲାନ୍ସ ନିର୍ଦ୍ଦେଶକ ଯଶଓ୍ବନ୍ତ କୁମାର ଯଠଓ୍ବା ଉଦଘାଟନ କରିଥିଲେ । ସରକାରୀ ପାଣ୍ଠିର ସଠିକ ବ୍ୟବହାର ସୁନିଶ୍ଚିତ କରିବା ସହ ଆଭ୍ୟନ୍ତରୀଣ ଭିଜିଲାନ୍ସ ଉପରେ ଧ୍ୟାନ ଦେବାକୁ ସେ ସିଭିଓ ମାନଙ୍କୁ ପରାମର୍ଶ ଦେଇଥିଲେ । ସେପଟେ ସିଭିଓ ସମ୍ମିଳନୀରେ ମୁଖ୍ୟ ଅତିଥୀଭାବେ ଭୁବନେଶ୍ବର ଉନ୍ନୟନ କମିଶନର ଅନୁ ଗର୍ଗ ଯୋଗ ଦେଇ ସାର୍ବଜନୀନ କ୍ଷେତ୍ରରେ ଦୁର୍ନୀତିର ମୁକାବିଲା ପାଇଁ ଭିଜିଲାନ୍ସ ସଂଗଠନ ସହ ସମନ୍ବୟ ରକ୍ଷା କରି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବାକୁ ସେ ସିଭିଓ ମାନଙ୍କୁ ପରାମର୍ଶ ଦେଇଥିଲେ ।

Latest Posts

Don't Miss