spot_img

Latest Posts

ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କ କୋଲକାତାରେ ଆରମ୍ଭ ହେଲା ଏକମୋ ଟ୍ରିଟମେଣ୍ଟ

ଭୁବନେଶ୍ୱର: କୋଭିଡ୍‌ରେ ଆକ୍ରାନ୍ତ ବରିଷ୍ଠ ଆଇପିଏସ୍‌ ଅଫିସର ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କୁ ଏକମୋ ଟ୍ରିଟମେଣ୍ଟ ପାଇଁ କୋଲକାତା ନିଆଯାଇଛି। କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଗ୍ରୀନ କରିଡରରେ ଭୁବନେଶ୍ୱର ବିମାନବନ୍ଦରକୁ ଅଣାଯାଇଥିଲା। ଏଠାରୁ ଏୟାର ଆମ୍ବୁଲାନ୍ସରେ କୋଲକାତା ନିଆଯାଇଛି। ଏୟାର ଆମ୍ବୁଲାନସ ଯୋଗେ ଦେବାଶିଷ ପାଣିଗ୍ରାହୀ କୋଲକାତା ମେଡିକୋ ସୁପର ସ୍ପେସାଲିଟି ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କର ଏକ୍‌ମୋ ଚିକିତ୍ସା ଆରମ୍ଭ ହୋଇଛି। ଏକମୋ ବିଭାଗୀୟ ମୁଖ୍ୟ ଡାକ୍ତର ଅର୍ପନ ଓ ଡାକ୍ତର ଦୀପାଞ୍ଜନଙ୍କ ନେତୃତ୍ୱରେ ଏକ ଟିମ ଦେବାଶିଷଙ୍କ ଚିକତ୍ସା କରୁଛନ୍ତି। ଡାକ୍ତରଖାନାର ଅଧ୍ୟକ୍ଷ ଆଲୋକ ରାୟଙ୍କ କହି ଅନୁଯାଇ ଏକମୋ ଚିକତ୍ସା ତିନି ସପ୍ତାହ ଧରି ଚାଲିବ। ବର୍ତ୍ତମାନ ଦେବାଶିଷଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। କିନ୍ତୁ ସେ ଖୁବଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା କରାଯାଇଛି। ଆଜି ଦିନ ଗୋଟାଏ ସମୟରେ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ଇକମୋ ବ୍ୟବସ୍ଥା ଥିବା ସ୍ୱତନ୍ତ୍ର ଆମ୍ୱୁଲାନ୍ସ ଯୋଗେ ଭୂବନେଶ୍ୱର ଏୟାରପୋର୍ଟ ନିଆଯାଇଥିଲା। ସେଠାରୁ ଏୟାର ଆମ୍ୱୁଲାନ୍ସରେ କୋଲକାତା ଅଭିମୁଖେ ଯାତ୍ରା କରିଥିଲେ ଦେବାଶିଷ। କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲରୁ ପ୍ରେସ ଛକ ଓ ନଖରାଛକ ଦେଇ ଜାତୀୟ ରାଜପଥ ରାସ୍ତାରେ ଭୂବନେଶ୍ୱର ନିଆଯାଇଥିଲା। ଏହି ରୁଟର ଗୋଟିଏ ପାଖ ରାସ୍ତାକୁ ସଂମ୍ପୃର୍ଣ୍ଣ ଗ୍ରୀନ କରିଡର କରିଥିଲା କମିଶନରେଟ ପୋଲିସ। ଆଜି ଦିନ ଗୋଟାଏ ସମୟରେ ଡାକ୍ତର ଟିମ ସହିତ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀଙ୍କୁ ଏୟାର ଆମ୍ୱୁଲାନ୍ସ ଯୋଗେ କଳିକତା ପଠାଯାଇଥିଲା।

Latest Posts

Don't Miss