ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରୁ ୩ ଲକ୍ଷ ଟଙ୍କା ଜବତ

ନବରଙ୍ଗପୁର: ମୃତ୍ତିକା ସଂରକ୍ଷଣ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଘରୁ ନଗତ ୩ ଲକ୍ଷ ଟଙ୍କା ଜବତ କଲା ଭିଜିଲାନ୍ସ ବିଭାଗ । ଏହାସହ ସୁନା ଅଳଙ୍କାର ଜବତ ହୋଇଛି । ଭୁବନେଶ୍ବର ତମାଣ୍ଡୋ ଥାନା ବିଜିପୁର ମୌଜାର ପ୍ଲଟ ନମ୍ବର ୧୮୮ ଘରୁ ଏସବୁ ଜବତ କରିଛି ଭିଜିଲାନ୍ସ ବିଭାଗ । ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନାଙ୍କୁ ଆଜି ୨ ଲକ୍ଷ ଟଙ୍କା ନେଇ ନେଇ ଯାଉଥିବାବେଳେ ଗାଡ଼ିରୁ ଜବତ କରିଥିଲା ଭିଜିଲାନ୍ସ ।

ବିଭିନ୍ନ ସ୍ଥାନରେ ଚାଲିଥିବା ସରକାରୀ କାର୍ଯ୍ୟର ତଦାରଖ ପାଇଁ ଯାଇଥିଲେ ଲକ୍ଷ୍ମୀଧର । ଏହା ସହିତ ଅନ୍ୟ ସ୍ଥାନକୁ ମଧ୍ୟ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଡ଼ିରୁ ୨ଲକ୍ଷ ଟଙ୍କା ଜବତ କରିଥିଲା ଭିଜିଲାନ୍ସ । ତେବେ ଜବତ ଟଙ୍କା କେଉଁଠୁ ଆଣିଥିଲେ ଲକ୍ଷ୍ମୀଧର ଏନେଇ ସ୍ପଷ୍ଟ ସୂଚନା ଦେଇପାରି ନଥିଲେ । ଏହାପରେ ଲକ୍ଷ୍ମୀଧରଙ୍କ ଘରେ ଚଢାଉ କରିଥିଲା ବିଜିଲାନ୍ସ ବିଭାଗର ୭ ଜଣିଆ ଟିମ୍ ।