୨୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଆରଆଇଙ୍କୁ ଧରିଲା ଭିଜିଲାନ୍ସ

ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ରାଜସ୍ୱ ନୀରିକ୍ଷକ (ଆରଆଇ) । ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ଆରଆଇ ଦେବଦତ୍ତ ବିଶ୍ୱାଳ ଆଜି ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ରେଡ ହ୍ୟାଣ୍ଡ ଧରିଛି । ଭାଇମାନଙ୍କ ମଧ୍ୟରେ ୪୭ ଡିସିମିଲ ଜମିକୁ ଭାଗ ପାଇଁ ଏହି ଲାଞ୍ଚ ସେ ଅଭିଯୋଗକାରୀଙ୍କ ଠାରୁ ନେଉଥିଲେ । ତେବେ ଅଗ୍ରୀମ ଭାବେ ୨୦ ହଜାର ଟଙ୍କା ନେଇଥିଲା ବେଳେ ପରେ ୨୦ ହଜାର ଟଙ୍କା ନେଇଥାନ୍ତେ । ଅଭିଯୁକ୍ତ ଆରଆଇଙ୍କ ଠାରୁ ଭିଜିଲାନ୍ସ ଅଧିକାରୀ ୨୦ ହଜାର ଟଙ୍କା ଜବତ କରିବା ସହ ତାଙ୍କୁ ଗିରଫ କରିଛନ୍ତି । ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ରାଜସ୍ୱ ନୀରିକ୍ଷକଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।