ରାମଚନ୍ଦ୍ରଙ୍କ ଦୁର୍ନୀତିର ସାରଥି ସାଜିଥିଲେ ସାନ ଭାଇ ଲକ୍ଷ୍ମଣ

1 min read
Vigilance Arrested Nimapara Tahasildar And His Brother

ଭୁବନେଶ୍ୱର: ଶେଷରେ ବନ୍ଧାହେଲେ ରାମ-ଲକ୍ଷ୍ମଣ । ଦୁର୍ନୀତି ଓ ଜାଲିଆତି ଅଭିଯୋଗରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ଭାଇ ଲକ୍ଷ୍ମଣ ଜେନାଙ୍କୁ  ଗିରଫ କରିଛି ଭିଜିଲାନ୍ସ । ରାମଚନ୍ଦ୍ରଙ୍କ ଦୁର୍ନୀତି ସାମ୍ରାଜ୍ୟର ପ୍ରମୁଖ ସହଯୋଗୀ ଥିଲେ ଭାଇ ଲକ୍ଷ୍ମଣ । ଗତ ସେପ୍ଟେମ୍ବର ମାସରେ ଲକ୍ଷ୍ମଣଙ୍କୁ ନିମାପଡ଼ା ଡାକି ୩ ଥରରେ ୧୦ ଲକ୍ଷ ଟଙ୍କା ଦେଇଥିଲେ ରାମଚନ୍ଦ୍ର । ଯାହାକୁ ସେ କିସ୍ତିରେ ନିଜ ଆଇସିଆଇସିଆଇ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ ।

ଗତକାଲି ପୁଣି ସେ ତାଙ୍କ ଭାଇଙ୍କୁ ସାଢେ ୪ ଲକ୍ଷ ଟଙ୍କା ଦେବାକୁ ଡାକିଥିଲେ । ଖବର ପାଇ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଟଙ୍କା ସହ ଉଭୟଙ୍କୁ ଗିରଫ କରିଛି । ତେବେ ଚଢ଼ାଉ ବେଳେ ରାମଚନ୍ଦ୍ରଙ୍କ ଜାଲିଆତି ଦେଖି ତାଜୁବ୍ ହୋଇ ଯାଇଥିଲା ଭିଜିଲାନ୍ସ ଓ ଆୟକର ବିଭାଗ । ତାଙ୍କ ଭିନ୍ନ ଭିନ୍ନ ନମ୍ବରର ୫ଟି ପାନ୍ କାର୍ଡ ମିଳିଥିବା ବେଳେ ତିନିଟି କାର୍ଡରେ ବାପାଙ୍କ ନାଁ ଅଲଗା ଅଲଗା ଥିଲା । ଏଥିସହ ରାମଚନ୍ଦ୍ର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ରେଡ୍ ମାରିଥିଲା ଟିମ୍ ।

ଏଥିସହ ପଢ଼ନ୍ତୁ: ଲାଞ୍ଚ ଖାଇବା ପାଇଁ ତହସିଲଦାରଙ୍କ ମାଷ୍ଟର ପ୍ଲାନ, ୫ ପାନ କାର୍ଡ ଜରିଆରେ କଳା ଟଙ୍କା ହେଉଥିଲା ଧଳା

ରାମଚନ୍ଦ୍ରଙ୍କ ନିମାପଡ଼ା ସରକାରୀ ବାସଭବନ, କଟକ ସିଡିଏ ୧୧ ସ୍ଥିତ ଘର ଏବଂ ପୈତୃକ ଘର କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍‌ ଧାନମଣ୍ଡଳରେ ଏକକାଳୀନ ରେଡ୍ କରି ସାଢେ ୪ ଲକ୍ଷ ଟଙ୍କା ଜବତ କରିଥିଲା ଟିମ୍ । ରାମଚନ୍ଦ୍ରଙ୍କ ଭାଇ ୨୦୦୨ରେ ଟ୍ରକ୍ ହେଲପର ଭାବେ କାର୍ଯ୍ୟ କରୁଥିବା ବେଳେ ପରେ ଟ୍ରକ୍ ଓ ଟ୍ୟାକ୍ସି ଚଳାଉଥିଲେ । ୨୦୧୮ରୁ ୧୯ ଯାଏଁ ସେ ମୋ ବସ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଚଢ଼ାଉରେ  ଜଣେ ଅତିରିକ୍ତ ଏସପି, ୭ଜଣ ଡିଏସପି ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।

Leave a Reply