ନୟାଗଡ଼ ପଂଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଭିଜିଲାନ୍ସ ଦ୍ବାରା ଗିରଫ

1 min read

ନୟାଗଡ଼ ପଂଚରିଡା ରେଞ୍ଜ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି । ଜଂଗଲରୁ ଜାଳେଣି କାଠ ବିକ୍ରୀ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଫରେଷ୍ଟରଙ୍କୁ ଗିରଫ କରିଛି ଭୁବନେଶ୍ୱରରୁ ଆସିଥିବା ଭିଜିଲାନ୍ସ ଟିମ୍ । ଫରେଷ୍ଟରଙ୍କ ସହ ଜଗୁଆଳି ଜିତୁ ମଣ୍ଡଳକୁ ମଧ୍ୟ ଗିରଫ କରାଯାଇଛି । ଫରେଷ୍ଟରଙ୍କ ଘର ନୟାଗଡ ଜିଲା ଫତେଗଡ ଥାନା ଉଦୟପୁରରେ ବୋଲି ଜଣାପଡିଛି । ରଣପୁର ଥାନା ଖତିଆ ଗାଁର କୁମର ମାଝି ନିକଟସ୍ଥ ଜଗନ୍ନାଥ ପ୍ରସାଦ ଜଙ୍ଗଲରୁ କାଠ କାଟି ଆଣିବା ପାଇଁ ଫରେଷ୍ଟରଙ୍କୁ କହିଥିଲେ ।

ଏଥିପାଇଁ ମାସକୁ ୫ ହଜାର ଟଙ୍କା ଦେବାକୁ ଦର୍ପନାରାୟଣପୁର ଫରେଷ୍ଟର ଆଲୋକ କୁମାର ଗୁରୁ ଓ ୱାଚର ଜିତୁ ମଣ୍ଡଳ କହିଥିଲେ । ଟଙ୍କା ନଦେବାରୁ ଜଙ୍ଗଲରୁ ଜାଳେଣି କାଠ ଆଣିବାରେ ବାଧା ସୃଷ୍ଟି କରିଥିଲେ । ଏଣୁ ଲାଂଚ ଦେବାକୁ ହଁ କରି କୁମର ଭୁବନେଶ୍ୱର ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଆଜି ଲାଂଚ ଦେଉଥିବାବେଳେ ଭିଜିଲାନ୍ସ ଉଭୟଙ୍କୁ କାବୁ କରିଥିଲା । ଭିଜିଲାନ୍ସ ଡିଏସପି ଅକ୍ଷୟ କୁମାର ମିଶ୍ରଙ୍କ ନେତୃତ୍ୱରେ ୮ଜଣିଆ ଦଳ ଏହି ଚଢ଼ାଉରେ ସାମିଲ ଥିଲେ । ')}

Leave a Reply