ମିଳିଲା ଆୟ ଠାରୁ ୩୬୦% ଅଧିକ ସମ୍ପତ୍ତି, ୧୭ ସ୍ଥାନରେ କିଣିଛନ୍ତି ୨ କୋଟିରୁ ଅଧିକ ମୂଲ୍ୟର ପ୍ଲଟ୍

Vigilance Arrested Electrical Executive Engineer Jagannath Sethy In DA Case

ଭୁବନେଶ୍ୱର: ବନ୍ଧା ହେଲେ ବ୍ରହ୍ମପୁର ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ଠାରୁ ୩୬୦ ପ୍ରତିଶତ ଅଧିକ ସମ୍ପତ୍ତି ମିଳିବା ପରେ ଭିଜିଲାନ୍ସ ବିଦ୍ୟୁତ୍ ବିଭାଗ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ସେଠୀଙ୍କୁ ଗିରଫ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତ ୯ ତାରିଖରେ ଭିଜିଲାନ୍ସ ଜଗନ୍ନାଥଙ୍କ ୫ଟି ସ୍ଥାନରେ ରେଡ୍ କରିଥିଲା ।

ରେଡ୍ ବେଳେ ଭିଜିଲାନ୍ସକୁ ୭ କୋଟି ୮୩ ଲକ୍ଷ ସମ୍ପତ୍ତି ମିଳିଛି । ଆୟ ଠାରୁ ୩୬୦ ପ୍ରତିଶତ ଅଧିକ ସମ୍ପତ୍ତି ମିଳିଛି । ଏନେଇ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଜଗନ୍ନାଥ ସେଠୀଙ୍କ ସହ ସମ୍ପକ୍ରୀୟ ଓ ବଡ଼ପୁଅ ନାଁରେ ମାମଲା ରୁଜୁ କରାଯାଇଛି । ଜଗନ୍ନାଥଙ୍କୁ ଗିରଫ କରି ଭିଜିଲାନ୍ସ କୋର୍ଟ ଚାଲାଣ କରିଛି ।

Vigilance Arrested Electrical Executive Engineer Jagannath Sethy In DA Case

ବ୍ରହ୍ମପୁର ଗଜପତି ନଗରରେ ଗୋଟିଏ ପାଞ୍ଚ ମହଲା ଘର ଯାହାର ମୂଲ୍ୟ ୧ କୋଟି ୬୮ ଲକ୍ଷ, ଭୁବନେଶ୍ୱର ଏମ୍ସ ନଗରରେ ୪ ମହଲା ଘର ଯାହାର ମୂଲ୍ୟ ୧ କୋଟି ୫୮ ଲକ୍ଷ, ବ୍ରହ୍ମପୁର ଗଜପତି ନଗରରେ ୪ ମହଲା ଘର ଯାହାର ମୂଲ୍ୟ ୯୦ ଲକ୍ଷ, ଛତ୍ରପୁରରେ ୯୦ ଲକ୍ଷ ମୂଲ୍ୟର ଘର ରହିଛି । ଭୁବନେଶ୍ୱର, ଜଟଣୀ ଓ ବ୍ରହ୍ମପୁରରେ ୧୭ଟି ପ୍ଲଟ୍ ମିଳିଛି । ଯାହାର ବିକ୍ରୟ ମୂଲ୍ୟ ୨ କୋଟି ୧୮ ଲକ୍ଷ ଟଙ୍କା । ଏହାଛଡ଼ା ଜଗନ୍ନାଥ ସେଠୀ ଓ ତାଙ୍କ ପରିବାର ସଦସ୍ୟଙ୍କ ନାଁରେ ୮୫ ଲକ୍ଷ ଟଙ୍କା ବ୍ୟାଙ୍କରେ ଜମା ରହିଛି ।

ଜଗନ୍ନାଥଙ୍କା ପାଖରେ ୨୫ ଲକ୍ଷ ଟଙ୍କାର ୨ଟି ୪ ଚକିଆ ଯାନ ରହିଥିବା ବେଳେ ୧୯ ଲକ୍ଷ ୮୮ ହଜାର ୭୯୦ ଟଙ୍କା ନଗଦ ମିଳିଛି । ୪ଟି ଦୁଇ ଚକିଆ ଯାନ ରହିଥିବା ବେଳେ ତାର ମୂଲ୍ୟ ୩ ଲକ୍ଷ ୫୦ ହଜାର ୯୮୯ ଟଙ୍କା । ସେହିଭଳି ବିଭିନ୍ନ ଅଳଙ୍କାର ଓ ଅନ୍ୟ ଦସ୍ତାବିଜ୍ ଭିଜିଲାନ୍ସ ହାତରେ ଲାଗିଛି ।