ଭିଜିଲାନ୍ସ ଇତିହାସରେ ପ୍ରଥମ, ଡାକ୍ତରଙ୍କ ଘରୁ କୋଟିଏରୁ ଅଧିକ ନଗଦ ଟଙ୍କା ଜବତ

ଭୁବନେଶ୍ୱର: ଭିଜିଲାନ୍ସ ଇତିହାସରେ ରେକର୍ଡ । ଡାକ୍ତରଙ୍କ ସମ୍ପତ୍ତି ଦେଖି ଜଳକା ହେଇଗଲେ ଭିଜିଲାନ୍ସ ଅଧିକାରୀ । ଗିରଫ ହୋଇଛନ୍ତି କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା । ସାରା ରାତି ଡାକ୍ତରଙ୍କ ଘରେ ଚାଲିଥିଲା ଟଙ୍କା ଗଣା । ଲାଞ୍ଚ ନେବା ବେଳେ ଧରାପଡ଼ିବା ପରେ ଖୋଲିଛି ଡାକ୍ତର ସୁକାନ୍ତ ଜେନାଙ୍କ କଳାଟଙ୍କାର ଗୁମର । ଭୁବନେଶ୍ୱର ପଟିଆରେ ରେଡ୍ କରି ବିଡ଼ାବିଡ଼ା ଟଙ୍କା ଜବତ କରିଛି ଭିଜିଲାନ୍ସ । ଏକା ସାଙ୍ଗରେ ଡାକ୍ତରଙ୍କ ଘରୁ ନଗଦ କୋଟିଏରୁ ଅଧିକ ଟଙ୍କା ଜବତ ହୋଇଛି । ଟଙ୍କାର ପରିମାଣ ଏତେ ଅଧିକ ଯେ, ଗଣିବାକୁ ଭୁବନେଶ୍ବର ପଟିଆସ୍ଥିତ ଘରେ ମେସିନ୍ ଲାଗିଥିଲା ।

ଅପରେସନ ପାଇଁ ପ୍ରସୂତିଙ୍କ ସମ୍ପର୍କୀୟଙ୍କଠାରୁ ଲାଞ୍ଚ ନେଉଥିବାବେଳେ ଡାକ୍ତର ସୁକାନ୍ତ ଜେନାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ । ତାଙ୍କୁ ଗିରଫ କରିବା ପରେ ଭୁବନେଶ୍ବର ପଟିଆ ଘରେ ରେଡ୍ ଜାରି ରଖିଛି ଭିଜିଲାନ୍ସ । ଭିଜିଲାନ୍ସ ଇତିହାସରେ ଏତେ ପରିମାଣର ଟଙ୍କା କେବେ ଜବତ ହୋଇ ନଥିଲା । ଡାକ୍ତରଙ୍କ ଘରେ ଏବେ ବି ଚଢାଉ ଜାରି ରହିଛି । ରେଡ ପରେ ସାମ୍ନାକୁ ଆସିବ ଡାକ୍ତରବାବୁଙ୍କ କଳା ସମ୍ପତ୍ତିର ସମ୍ପୂର୍ଣ୍ଣ ତାଲିକା ।

Leave a Reply