ବନ୍ଧାହେଲେ ବ୍ଲକ ବଡ଼ବାବୁ, ମିଳିଲା ଆୟର ୯୮%ରୁ ଅଧିକ କଳା ଧନ

Vigilance Arrested Crorepati Head Clerk Of Agalpur Block

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ଆଗଲପୁର ବ୍ଲକର ମୁଖ୍ୟ କିରାଣି । ଗତକାଲି ଭିଜିଲାନ୍ସ ଚଢ଼ାଉ ପରେ ଆଜି ମୁଖ୍ୟ କିରାଣି ପ୍ରଫୁଲ୍ଲ କୁମାର ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଭିଜିଲାନ୍ସ ପ୍ରଫୁଲ୍ଲଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ଫେବ୍ରୁଆରୀ ୮ ତାରିଖ ଯାଏ ଜେଲରେ ରହିବେ ପ୍ରଫୁଲ୍ଲ ।

Vigilance Arrested Crorepati Head Clerk Of Agalpur Block

ରେଡ୍ ବେଳେ ପ୍ରଫୁଲ୍ଲଙ୍କ ଘରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଭିଜିଲାନ୍ସ । ପ୍ରଫୁଲ୍ଲଙ୍କ ପାଖରୁ ମୋଟ ୧.୩୨ କୋଟି ଟଙ୍କାର ସମ୍ପତ୍ତି ଭିଜିଲାନ୍ସ ଠାବ କରିଛି । ଠାବ ସମ୍ପତ୍ତି ମୂଲ୍ୟ ପ୍ରଫୁଲ୍ଲଙ୍କ ଆୟ ଠାରୁ ୯୮ ପ୍ରତିଶତ ଅଧିକ ବୋଲି ସୂଚନା ଦେଇଛି ଭିଜିଲାନ୍ସ । ପ୍ରଫୁଲ୍ଲ ଆୟର ସଠିକ୍‌ ତଥ୍ୟ ଦେଇ ନପାରିବାରୁ ଭିଜିଲାନ୍ସ ତାଙ୍କୁ ଗିରଫ କରି ସ୍ୱତନ୍ତ୍ର ଜଜଙ୍କ ନିକଟରେ ହାଜର କରିଥିଲା ।

Vigilance Arrested Crorepati Head Clerk Of Agalpur Block

ଗତକାଲି ଭିଜିଲାନ୍ସ ପ୍ରଫୁଲ୍ଲଙ୍କ ବଲାଙ୍ଗିର ସହରର ଗାନ୍ଧିନଗରପଡା ବାସଭବନ, ହାଟପଦାପଡାର ପୈତୃକ ଘର ଏବଂ ଆଗଲପୁର କାର୍ଯ୍ୟାଳୟରେ ଏକକାଳୀନ ଚଢାଉ କରିଥିଲା । ସମ୍ବଲପୁର ଭିଜିଲାନ୍ସ ଏସପିଙ୍କ ନିର୍ଦ୍ଦେଶରେ ଜଣେ ଡିଏସପି, ୫ ଜଣ ଇନ୍ସପେକ୍ଟରଙ୍କ ସମେତ ୨୦ ଜଣିଆ ଟିମ୍ ଏକକାଳୀନ ରେଡ୍ କରିଥିଲେ । ଚଢ଼ାଉ ସମୟରେ ଘରୁ ନଗଦ ୧୬ ହଜାର ୩୩୦ ଟଙ୍କା ଓ ସୁନା ଗହଣା ଠାବ କରିଥିଲା ଭିଜିଲାନ୍ସ ।

Leave a Reply