ମହଙ୍ଗା ପଡ଼ିଲା ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ବାସୁଦେବପୁର ବ୍ଳକ୍ ମୁଖ୍ୟ କିରାଣୀ

ବାଲେଶ୍ୱର: ସରକାରୀ ଅର୍ଥ ଆତ୍ମସାତ କରିବା ପଡିଲା ମହଙ୍ଗା । ବନ୍ଧାହେଲେ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ ଓ ପତ୍ନୀ ନିୀତୁ ପ୍ରଧାନ । ଭିଜିଲାନ୍ସ ପକ୍ଷରୁ ଭଦ୍ରକ ଓ ବାଲେଶ୍ବରର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରି ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥି ସହ ମାମଲାରେ ସଂପୃକ୍ତ ସଂପର୍କୀୟ ରଞ୍ଜନ କୁମାର ସାହାଣୀଙ୍କୁ ଅଟକ ରଖିଛି ତଦନ୍ତକାରୀ ଟିମ୍ । ୩୪ଜଣ ହିତାଧୀତକାରୀଙ୍କ ନାଁରେ ଆସିଥିବା ଆବାସ ଯୋଜନାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ତିହିଡି ବ୍ଲକରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ, ସେ ୨୦୧୬ରୁ ୨୦୧୮ ମଧ୍ୟରେ ୨୦ ଲକ୍ଷ ୨୫ହଜାର ଟଙ୍କା ଆତ୍ମସାତ କରିଥିଲେ । ଆତ୍ମସାତ ଅର୍ଥକୁ ପତ୍ନୀ, ମାଆ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ପଠେଇଥିଲେ ପ୍ରଭାକର । ଏନେଇ ଅଭିଯୋଗ ପରେ ପ୍ରଭାକରଙ୍କ ସମେତ ପତ୍ନୀ ନୀତୁ, ମାଆ ପୁନିମଣି ଓ ରଂଜନ ସାହାଣୀଙ୍କୁ ନାଁରେ ମାମଲା ରୁଜୁ କରିଥିଲା ବାଲେଶ୍ୱର ଭିଜିଲାନ୍ସ ଥାନା । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମିଳିଲା ମହିଳାଙ୍କ ପରିଚୟ

Leave a Reply