ICICI ବ୍ୟାଙ୍କ ଋଣ ଠକେଇ ମାମଲା: ଭିଡିଓକନ ଚେୟାରମ୍ୟାନ୍ ବେଣୁଗୋପାଳ ଧୂତ ଗିରଫ
1 min readନୂଆଦିଲ୍ଲୀ: ICICI ବ୍ୟାଙ୍କ ଋଣ ଠକେଇ ମାମଲାରେ ଭିଡିଓକନ ଚେୟାରମ୍ୟାନ ବେଣୁଗୋପାଳ ଧୂତ ଗିରଫ । ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଣୁଗୋପାଳଙ୍କୁ ଗିରଫ କରିଛି ସିବିଆଇ । ଏହା ପୂର୍ବରୁ ସିବିଆଇ ପୂର୍ବତନ ଏମଡି ଚନ୍ଦା କୋଚର ଓ ତାଙ୍କ ପତି ଦୀପକ କୋଚରଙ୍କୁ ଗିରଫ କରିଥିଲା । ବେଣୁଗୋପାଳଙ୍କୁ ଗିରଫ କରି ତିନି ଦିନ ରିମାଣ୍ଡରେ ନେଇଛି ସିବିଆଇ ।
ଭିଡିଓକନ ଗୃପକୁ ୨୦୧୨ ମସିହାରେ ୩୨୫୦ କୋଟି ଟଙ୍କା ଋଣ ସ୍ବୀକୃତିରେ ଅନିୟମିତତା କରିଥିବା କୋଚର ଦମ୍ପତିଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା । ଶୁକ୍ରବାର ଦିନ ସିବିଆଇ କାର୍ଯ୍ୟାଳୟରେ ପଚରାଉଚୁରା ପରେ ଉଭୟଙ୍କୁ ଗିରଫ କରାଯାଇଥିଲା । ଦୁହିଁଙ୍କ ଉତ୍ତର ସନ୍ତୋଷଜନକ ନଥିବାବେଳେ ବୟାନରେ ତାଳମେଳ ରହିନଥିଲା ।
୨୦୧୨ରେ ଭିଡିଓକନ ଗୃପକୁ ICICI ବ୍ୟାଙ୍କ ଋଣ ଦିଆଯାଇଥିଲା । ଯାହାକି ପରେ ଏନପିଏ ହୋଇଯାଇଥିଲା । ଏହାପରେ ଏହାକୁ ବ୍ୟାଙ୍କ ଦୁର୍ନିତୀ କୁହାଯାଇଥିଲା । ୨୦୧୨ରେ ଚନ୍ଦା କୋଚରଙ୍କ ନେତୃତ୍ବରେ ICICI ବ୍ୟାଙ୍କ ଭିଡିଓକନ ଗୃପକୁ ୩୨୫୦ କୋଟି ଟଙ୍କା ଋଣ ଦେଇଥିଲା । ଏହାର ୬ ମାସ ପରେ ବେଣୁଗୋପାଳଙ୍କ ମେସର୍ସ ସୁପ୍ରିମ ଏନର୍ଜିକୁ ୬୪ କୋଟି ଟଙ୍କା ଋଣ ଦିଆଯାଇଥିଲା । ଯେଉଁଥିରେ ଦୀପକ କୋଚରଙ୍କ ୫୦ ପ୍ରତିଶତ ଅଂଶୀଦାର ଥିଲା ।