ସମ୍ନାକୁ ଆସିଲା ମାଓବାଦୀଙ୍କ ରକେଟ୍ ମାଡ଼ ଭିଡିଓ

1 min read

ନନ୍ଦିଘୋଷ ବ୍ୟୁରୋ: ଇରାକବତୀ କ୍ୟାମ୍ପରେ ମାଓବାଦୀ ଆକ୍ରମଣ ଘଟଣାର ଭିଡିଓ ସାମ୍ନାକୁ ଆସଛି । ବୁଧବାର ଦିନ ମାଓବାଦୀମାନେ ଛତିଶଗଡ଼ କୋହକେମେଟାର ଇରାକବତୀ CRPF କ୍ଯାମ୍ପ୍ ଉପରେ BGL ରକେଟ୍ ଲଞ୍ଚର୍ ସହିତ ଆକ୍ରମଣ କରିଥିଲେ । ମାଓବାଦୀ ମୋଟ ୪ଟି ରକେଟ ମାଡ କରିଥିଲେ । ୪ଟି ରକେଟରୁ କ୍ଯାମ୍ପ ନିକଟରେ ଗୋଟିଏ ମାଡ ହୋଇଥିଲା । ଏହି ଆକ୍ରମଣରେ କ୍ଯାମ୍ପ ସୁରକ୍ଷିତ ଥିବାବେଳେ ଯବାନଙ୍କର କୌଣସି କ୍ଷୟକ୍ଷତି ହୋଇ ନଥିଲା ଓ ଅଳ୍ପକେ ବର୍ତ୍ତିଯାଇଥିଲେ ଯବାନ ।

ରକେଟ ମାଡର ତୁରନ୍ତ ଜବାବ ଦେଇଥିଲେ ଯବାନ । ଯବାନଙ୍କ ପାଲଟା ଫାୟାରିଂରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ଆଡେ ଚାଲିଯାଇଥିଲେ ।

ସୂଚନାଯୋଗ୍ୟ, ନାରାୟଣପୁର ଜିଲ୍ଲାରେ ନକ୍ସଲ କାର୍ଯ୍ୟକଳାପ କ୍ରମାଗତ ଭାବରେ ଦେଖାଯାଉଛି । ନିକଟରେ ପୋଲିସ ମଧ୍ଯ ନକ୍ସଲଙ୍କ ଉପରେ ଆକ୍ରମଣ କରିଥିଲେ । ପ୍ରତିଶୋଧ ପରାୟଣ ହୋଇ ମାଓବାଦୀ ଏହି କାଣ୍ଡ ଭିଆଇଥିବା କୁହାଯାଉଛି । ଅଞ୍ଚଳରେ ଚାଲିଥିବା ନିରନ୍ତର ବିକାଶ କାର୍ଯ୍ୟକୁ ନକ୍ସଲ ବିରୋଧ କରିଆସୁଛନ୍ତି । ଇରାକବତୀରୁ କୁତୁଲ ପର୍ଯ୍ୟନ୍ତ କଂକ୍ରିଟ ରାସ୍ତା, ବ୍ରିଜ୍, କଲଭର୍ଟ ନିର୍ମାଣ କାର୍ଯ୍ୟ ଚାଲିଛି । ଏଥିରେ ହତାଶ ହୋଇ ମାଓବାଦୀମାନେ ଯବାନଙ୍କୁ ଆକ୍ରମଣ କରିବାକୁ ବାରମ୍ବାର ଚେଷ୍ଟା କରୁଥିବା କୁହାଯାଉଛି ।