ବିପୁଳ ବିଜୟ ନେଇ କେଜ୍ରିୱାଲଙ୍କ ପ୍ରତିକ୍ରିୟା, ପୁଅ ଉପରେ ଭରସା ରଖିଛି ଦିଲ୍ଲୀ

ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ଚାଲିଲା ଝାଡ଼ୁ, ଝଡ଼ିଲା ଫୁଲ । ଝାଡ଼ୁ ମାଡ଼ରେ ‘ପଦ୍ମ’ ସଫା ହୋଇଯାଇଛି । ଲଗାତାର ତୃତୀୟଥର ପାଇଁ ଦିଲ୍ଲୀ ଦଖଲ କରିଛି କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି । ୨୦୧୫ ଭଳି ଆମ୍ ଆଦମୀ ପାର୍ଟି ୬୦ରୁ ଅଧିକ ଆସନରେ ବିଜୟୀ ହେଉଥିବା ବର୍ତ୍ତମାନ ଟ୍ରେଣ୍ଡ ଦର୍ଶାଉଛି । ଅନ୍ୟପଟେ ନିର୍ବାଚନରେ ଆପକୁ କଡ଼ା ଟକ୍କର ଦେଉଥିବା ବିଜେପିକୁ ମିଳିଛି ମାତ୍ର ୬ରୁ ୭ଟି ଆସନ । ଟ୍ରେଣ୍ଡ୍ ଦର୍ଶାଉଛି ତୃତୀୟଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ଅରବିନ୍ଦ କେଜ୍ରିୱାଲ ।ବିପୁଳ ବିଜୟ ପରେ ଅରବିନ୍ଦ କେଜ୍ରିୱାଲ ସମର୍ଥକଙ୍କ ସହ ଦିଲ୍ଲୀବାସୀଙ୍କୁ ସମ୍ବୋଧନ କରିଛନ୍ତି । ଦିଲ୍ଲୀବାସୀ କମାଲ କରିଛନ୍ତି । ତୃତୀୟଥର ନିଜ ପୁଅ ଉପରେ ଭରସା କରିଛନ୍ତି । ଏ ବିଜୟ ସବୁ ପରିବାରର । ମୋତେ ଆପଣମାନେ ନିଜ ପୁଅ ଭାବି ସମର୍ଥନ ଦେଇଛନ୍ତି । ଦିଲ୍ଲୀର ଲୋକ ଦେଶରେ ନୂଆ ପ୍ରକାରର ରାଜନୀତିକୁ ଜନ୍ମ ଦେଇଛନ୍ତି । ଯାହାର ନାମ ହେଉଛି ‘କାମ ରାଜନୀତି’ ।

କେଜ୍ରିୱାଲ ଦିଲ୍ଲୀବାସୀଙ୍କୁ ବିଜୟ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଏହା ଭାରତ ମାତାର ବିଜୟ । ଆଜି ମଙ୍ଗଳବାର ପ୍ରଭୁ ହନୁମାନଙ୍କ ଦିନ । ହନୁମାନ କୃପା କରିଛନ୍ତି । ତେବେ, କେଜ୍ରିୱାଲଙ୍କ ଏହି ସମ୍ବୋଧନ ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ନଜର ଆସିନଥିଲେ ।

ଆପ କାର୍ଯ୍ୟାଳୟରେ ଉତ୍ସବର ବାତାବରଣ, ପହଞ୍ଚୁଛନ୍ତି ବହୁ ବରିଷ୍ଠ ନେତା

Leave a Reply