ସଲମାନ ସାମ୍ନାରେ କଟ୍ରିନାଙ୍କୁ ପ୍ରପୋଜ କଲେ ଭିକି

ଆୱାର୍ଡ ଫଙ୍ଗସନରେ କଟ୍ରିନାଙ୍କୁ ପ୍ରପୋଜ କରିଥିଲେ ଭିକି କୈାଶଲ  । ୨୦୧୯ର ଏକ ଆୱାର୍ଡ ଫଙ୍ଗସନରେ ଭିକି ପ୍ରପୋଜ କରିଥିବା ଦେଖାଦେଇଥିଲା ଯେଉଁ ସୋରେ ସଲମନ ଖାନ ମଧ୍ୟ ଉପସ୍ଥିତ ଥିଲେ  । ପ୍ରପୋଜ କରିଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି  । ଆଗକୁ ଦୁହିଁଙ୍କ ବାହାଘରକୁ ନେଇ ବଲିଉଡରେ ଜୋର ଚର୍ଚ୍ଚା ଧରିଛି  । ଫ୍ୟାନ୍ସମାନେ ଦୁହିଁଙ୍କ ବାହାଘରକୁ ନେଇ ଖୁବ୍ ଉତ୍ସାହ ଅଛନ୍ତି  ।

ଭାଇରାଲ ହେଉଛି ଭିଡିଓ :

ରିପୋର୍ଟ ଅନୁସାରେ କଟ୍ରିନା କେଫ୍ ଓ ଭିକି ଦୁହେଁ ୭ ରୁ୯ ଡିସେମ୍ବର ଭିତରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି  । ଅବଶ୍ୟ ବିବାହକୁ ନେଇ ଏଯାଏ କୈାଣସି ସଠିକ୍ ତଥ୍ୟ ଜଣାପଡ଼ିନାହିଁ  । ଦୁହିଁଙ୍କ ଫ୍ୟାନ୍ସମାନେ ନିଜ ଆକାଉଣ୍ଟରେ ଭିକି ଏବଂ କଟ୍ରିନା ଉଭୟଙ୍କ ପୁରୁଣା ଫଟୋ ଓ ଭିଡିଓ ପୋଷ୍ଟ କରୁଛନ୍ତି  । ଏହି ଭାଇରାଲ ହେଉଥିବା ଭିଡିଓରେ ଭିକି କଟ୍ରିନାଙ୍କୁ ପ୍ରପୋଜ କରୁଥିବା ଦେଖାଯାଉଛି  । ଯେଉଁଥିରେ ଭିକି କଟ୍ରିନାଙ୍କୁ କହୁଛନ୍ତି “ଆପଣ ଭିକି ଭଳି ଜଣେ ଭଲ ମଣିଷଙ୍କୁ ଖୋଜି ବାହା ହୋଇଯାଉନାହାନ୍ତି କାହିଁକି ? ବାହାଘର ସିଜିନ୍ ଚାଲୁଛି ମୁଁ ଭାବିଲି ଆପଣ ବାହା ହେବାକୁ ଚାହୁଁଛନ୍ତି  । ତେଣୁକରି ଆପଣଙ୍କୁ ଏଭଳି ପ୍ରଶ୍ନ ପରାଚିଲି  ।” ଏହି ମୁହୁର୍ତ୍ତରେ ସଲମାନ ଖାନଙ୍କ ଗୀତ ‘ମୁଝସେ ସାଦୀ କରୋଗି’ ବାଜିବାକୁ ଲାଗିଥିଲା  । ଏଥିସହ ଗୀତଟିକୁ ଭିକି ମଧ୍ୟ ଗାଇବାକୁ ଲାଗିଲେ  ।

ବଲିଉଡ ରିପୋର୍ଟ ଅନୁସାରେ କଟ୍ରିନା କେଫ୍ ବାହାଘର ପାଇଁ ରାଜସ୍ଥାନର ଲୋକେସନ ପସନ୍ଦ କରିଛନ୍ତି  । ରିପୋର୍ଟ ଅନୁସାରେ କଟ୍ରିନା ନିଶ୍ଚିତରୂପେ ମହାରାଣୀ ବେଶରେ ବିବାହ କରିବାକୁ ଚାହୁଁଛନ୍ତି  । ଏଥିସହ ଫାଇନେଷ୍ଟ ପାରମ୍ପରିକ ଅଳଙ୍କାର ପିନ୍ଧିବାକୁ ଇଚ୍ଛା ରଖିଛନ୍ତି  । ତାଙ୍କୁ ରାଜସ୍ଥାନର ସଂସ୍କୃତି ବେଶ୍ ପସନ୍ଦ  । ସେ ଏକ ରାଜସ୍ଥାନୀ ବାହାଘରକୁ ଅତିଥି ଭାବେ ଯାଇଥିବା ବେଳେ ତାଙ୍କୁ ରାଜସ୍ଥାନୀ ରୀତିନୀତି,ପରମ୍ପରାର ବାହାଘର ଅନେକ ପସନ୍ଦ ଆସିଥିଲା  । ତେଣୁ ରାଜସ୍ଥାନୀ ପରମ୍ପରାରେ ବାହାହେବାକୁ ସେ ଇଚ୍ଛା ରଖିଛନ୍ତି।

 

Leave a Reply