ଭିକି ଓ କ୍ୟାଟ୍ରିନାଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତ ଗିରଫ, ଦିଲଜଲେ ପ୍ରେମିକଙ୍କ ଅଜବ ଇନଷ୍ଟା ପୋଷ୍ଟ, ଦେଖିଲେ ଆଶ୍ଚର୍ଯ୍ୟ ହେବେ

1 min read

ମୁମ୍ବାଇ: ସେଲିବ୍ରେଟିଙ୍କୁ ହତ୍ୟା ଧମକ ଦେବା ଏବେ ସାଧାରଣ କଥା ହୋଇଗଲାଣି । ପଞ୍ଜାବୀ ଗାୟକ ସିଦ୍ଧୁ ମୁଜେୱାଲାଙ୍କ ହତ୍ୟା ପରେ ପୋଲିସ ମଧ୍ୟ ସତର୍କତା ବଢାଇଛି । ନିକଟରେ ସଲମାନ ଖାନଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ପରେ ଏବେ ଭିକି କୌଶଲ ଏବଂ କ୍ୟାଟ୍ରିନା କୈଫଙ୍କୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଛି । ଏହାପରେ ଭିକି ମୁମ୍ବାଇର ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଏଫଆଇଆର  ରୁଜୁ କରିଥିଲେ । ଏବେ ସୂଚନା ମିଳିଛି ଯେ, ମୁମ୍ବାଇ ପୋଲିସ ଘଟଣାକୁ ଗୁରୁତର ସହ ନେଇ କ୍ୟାଟ୍ରିନାଙ୍କୁ ଅନଲାଇନ ଧମକ ଦେଇଥିବା ସନ୍ଦିଗ୍ଧକୁ ଗିରଫ କରିନେଇଛି । ତେବେ ବ୍ୟକ୍ତି ଜଣଙ୍କ ନାଁ ମନବିନ୍ଦର ସିଂହ ବୋଲି କୁହାଯାଉଛି ।

 

ପୋଲିସ ଧମକ ଦେଇଥିବା ବ୍ୟକ୍ତି ମନବିନ୍ଦରକୁ କିଛି ଘଣ୍ଟା ଭିତରେ ହିଁ ଗିରଫ କରିନେଇଛି । ସେ ମୁମ୍ବାଇରେ ଜଣେ ଷ୍ଟ୍ରଗଲିଙ୍ଗ ଆକ୍ଟର ବୋଲି ଜଣାଯାଇଛି । ଫିଲ୍ମରେ କାମ ପାଇବାକୁ ଚେଷ୍ଟା କରୁଥିଲା । ମନବିନ୍ଦର ପୋଲିସ ପଚରା ଉଚରା ସମୟରେ କହିଛି, ସେ କ୍ୟାଟ୍ରିନା କଏଫଙ୍କୁ ଏକତରଫା ପ୍ରେମ କରୁଛି । ସେ ଫେକ ଇନଷ୍ଟାଗ୍ରାମ ଆକାଉଣ୍ଟ ତିଆରି କରି କ୍ୟାଟ୍ରିନାଙ୍କୁ ଅଶ୍ଲୀଳ ଏବଂ ଧମକ ମେସେଜ କରୁଥିଲା ।

 

ମନବିନ୍ଦର ଲକ୍ଷ୍ନୈରେ ରହୁଛି ଏବଂ ସେ ନିଜ ଇନଷ୍ଟା ଆକାଉଣ୍ଟରେ କ୍ୟାଟ୍ରିନାଙ୍କୁ ନିଜ ପତ୍ନୀ ଏବଂ ଗାର୍ଲଫ୍ରେଣ୍ଡ ବୋଲି କହିଥିଲା । ମନବିନ୍ଦର କିଙ୍ଗ ଆଦିତ୍ୟ ରାଜପୁତ ନାଁରେ ଫେକ ଆଇଡି ଖୋଲି ନିଜ ସହ କ୍ୟାଟ୍ରିନାଙ୍କ ଫଟୋ ଏଡିଟ କରି ପୋଷ୍ଟ କରୁଥିଲା । ଏମିତିକି ନିଜ ଆକାଉଣ୍ଟରେ କାଟ୍ରିନାଙ୍କୁ ନିଜ ସ୍ତ୍ରୀ ବୋଲି ଉଲ୍ଲେଖ କରିଛି । ଏହି ପୋଷ୍ଟ ସବୁ ଦେଖି ଆପଣ ମଧ୍ୟ ବ୍ୟକ୍ତିଜଣଙ୍କୁ ଦିଲଜଲେ କହିବେ । ଭିକି କାଟ୍ରିନାଙ୍କୁ ବିବାହ କରିବା ପରେ ବ୍ୟକ୍ତିଜଣଙ୍କ ଉଭୟଙ୍କୁ ମାରିବାଦେବାକୁ ଧମକ ଦେଇ ଆସୁଥିଲା ।

 

 

ସୂଚନାଥାଉକି ଆଜି ସକାଳେ ଭିକି କୌଶଲ ମୁମ୍ବାଇ ପୋଲିସରେ ଅଭିଯୋଗ କରିଥିଲେ ଯେ ଜଣେ ବ୍ୟକ୍ତି ତାଙ୍କ ପତ୍ନୀ କ୍ୟାଟ୍ରିନା କୈଫଙ୍କୁ ସାମାଜିକ ଗଣମାଧ୍ୟମରେ ଷ୍ଟକ କରୁଛି । କେବଳ ଏତିକି ନୁହେଁ ଉଭୟଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଛି । ପୋଲିସ ଗମ୍ଭୀରତାର ସହ ନେଇ ଅଭିଯୁକ୍ତକୁ ଗିରଫ କରିଛି । ତା ବିରୋଧରେ ଦାରା ୫୦୬(୨) ଏବଂ ୩୫୪(ଡି) ଆଧାରରେ ମାମଲା ରୁଜୁ କରାଯାଇଛି । ଏହା ବ୍ୟତୀତ ଆଇଟି ଆକ୍ଟ ୬୭ ଅନୁଯାୟୀ ମଧ୍ୟ ମାମଲା ରୁଜୁ କରାଯାଇଛି ।