ସମ୍ପତ୍ତି ପାଇଁ ସ୍ବାମୀ ବଞ୍ଚି ଥାଉ ଥାଉ ମାରିଦେଲେ ମହିଳା, ଶ୍ବଶୁର ଏବଂ ଦିଅରଙ୍କୁ ପଠାଇଲେ ଜେଲ

ଲକ୍ଷ୍ନୌ: କଥାରେ ଅଛି ମୋହ ମାୟା ସଂସାର କେହି ନୁହେଁ କାହାର । ଆଜିକାଲି ସମାଜରେ ସମ୍ପତ୍ତି ପାଇଁ ମଣିଷ କିଭଳି ଅମଣିଷ ପାଲଟନ୍ତି ତାହାର ଅନେକ ଜ୍ଜଳନ୍ତ ଉଦାହରଣମାନ ମଧ୍ୟ ଆପଣମାନେ ଦେଖୁଥିବେ । ତେବେ ଜଣେ ମହିଳା ସମ୍ପତ୍ତି ଲୋଭରେ ଏତେ ପାଗଳ ହୋଇ ଯାଇଥିଲେ କି, ନିଜ ସ୍ବାମୀଙ୍କୁ ଶ୍ବଶୁର ଏବଂ ୩ ଦିଅର ମିଶି ହତ୍ୟା କରିଥିବା ଅଭିଯୋଗ କରିଥିଲେ । ଯେଉଁ ମିଛ ଅପରାଧରେ ଜେଲରେ ୪ଜଣ ନିର୍ଦ୍ଦୋଷରେ ଦଣ୍ଡ ଭୋଗୁଛନ୍ତି । ବାସ୍ତବରେ ମହିଳାଙ୍କ ସ୍ବାମୀ ବଞ୍ଚିଥିବାବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଛି । ଉତ୍ତରପ୍ରଦେଶରୁ ଆସିଛି ଏଭଳି ଖବର ।

ରାମକରଣ ନାମକ ଯୁବକ ଏବେ ଗୁଜୁରାଟରେ କାମ କରୁଥିବାବେଳେ ତାଙ୍କ ପତ୍ନୀ ଅଭିଯୋଗ ଆଣିଥିଲେ କି, ଶ୍ବଶୁର ଏବଂ ଦିଅର ତାଙ୍କୁ ହତ୍ୟା କରିଛନ୍ତି । ଯଦିଓ ପୋଲିସ ମୃତଦେହକୁ ଠାବ କରିନଥିଲା ତଥାପି ମାମଲା ଆଧାରରେ ୪ଜଣଙ୍କୁ ଗିରଫ କରି ଜେଲ ପଠାଇଥିଲା । ଏବେ ପୋଲିସ ଅଧିକ ତଦନ୍ତ କରିବା ସିସିଟିଭି ଆଧାରେ ଅଭିଯୁକ୍ତର ଖବର ପାଇଥିଲା । ପୋଲିସ ଉଭୟ ପତି ପତ୍ନୀଙ୍କ ଚାଲାକିକୁ ଜାଣିବା ସହ ଗିରଫ କରିଛି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଥିବାବେଳେ ଏବେ ଏହା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।