ପରବର୍ତ୍ତୀ ନୌସେନା ମୁଖ୍ୟ ହେବେ ଆର ହରି କୁମାର; ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବାହାରିଲା ବିଜ୍ଞପ୍ତି

1 min read

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ନୌସେନା ମୁଖ୍ୟ ହେବେ ଭାଇସ ଆଡ଼ମିରାଲ ଆର. ହରି କୁମାର । ଆସନ୍ତା ୩୦ ତାରିଖରେ ନୌସେନା ମୁଖ୍ୟ ଭାବେ ସେ ଦାୟିତ୍ବ ଗ୍ରହଣ କରିବେ । ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ନୌସେନାର ମୁଖ୍ୟ ଅଛନ୍ତି ଆଡ଼ମିରାଲ କରମବୀର ସିଂ । ସେ ଆସନ୍ତା ନଭେମ୍ବର ୩୦ରେ ଅବସର ନେବା ପରେ ତାଙ୍କ ସ୍ଥାନରେ ଆର.ହରି କୁମାରଙ୍କୁ ଏହି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିବ । ବର୍ତ୍ତମାନ ଆର ହରି କୁମାର ଓ୍ବେଷ୍ଟର୍ଣ୍ଣ ନାଭାଲ କମାଣ୍ଡରେ ଫ୍ଲାଗ ଅଫିସର କମାଣ୍ଡିଂ ଇନ୍ ଚିଫ ଭାବରେ କାର୍ଯ୍ୟ କରୁଛନ୍ତି ।

ଭାଇସ ଆଡ଼ମିରାଲ ଆର ହରି କୁମାରଙ୍କ ଜନ୍ମ ୧୨ ଏପ୍ରିଲ ୧୯୬୨ମସିହାରେ । ସେ ଭାରତୀୟ ନୌସେନାର ଏକଜିକ୍ୟୁଟିଭ ଶାଖାରେ ୧ ଜାନୁଆରୀ ୧୯୮୩ରେ ସାମିଲ ହୋଇଥିଲେ । ନୌସେନାରେ ୩୯ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ନୌସେନାର ବିଭିନ୍ନ ପଦ ପଦବୀରେ କାମ କରିଛନ୍ତି । ଆଇଏନଏସ୍ ବିରାଟ ଓ ମିସାଇଲ ବିଧ୍ବଂସକାରୀ ଆଇଏନଏସ୍ ରଣବୀରର ପରିଚାଳନା ଦାୟିତ୍ବ ସମ୍ପାଦନ କରିଛନ୍ତି । ଏହାସହ ଇଣ୍ଟିଗ୍ରେଟେଡ଼ ଡ଼ିଫେନ୍ସ ଷ୍ଟାଫ ମୁଖ୍ୟ ଭାବେ ମଧ୍ୟ କାର୍ଯ୍ୟ କରିବାର ଅଭିଜ୍ଞତା ରଖିଛନ୍ତି ଆର ହରି କୁମାର ।

Leave a Reply