74 ବର୍ଷରେ ପ୍ରସିଦ୍ଧ ଗାୟକ ଏସ.ପି ବାଲାସୁବ୍ରମଣ୍ୟମଙ୍କ ପରଲୋକ

ଚେନ୍ନାଇ: ୭୪ ବର୍ଷ ବୟସରେ ପ୍ରସିଦ୍ଧ ପ୍ଲେବ୍ୟାକ ସିଙ୍ଗର ବାଲାସୁବ୍ରମଣ୍ୟମଙ୍କ ପରଲୋକ ହୋଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ ୨୪ ଘଣ୍ଟା ହେବ ଗମ୍ଭୀର ଥିଲା । ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଦେଖା ଦେଇନଥିଲା । ଏହି କାରଣରୁ ସୁବ୍ରମଣ୍ୟମଙ୍କୁ ଲାଇଫ ସପୋର୍ଟ ସିଷ୍ଟମରେ ରଖା ଯାଇଥିଲା । ଏହାର ସୂଚନା ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଜାରି କରାଯାଇଥିଲା । ତେବେ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ସୁବ୍ରମଣ୍ୟମ ।


ଗତ ଅଗଷ୍ଟ ୫ ରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଫେସବୁକରେ ସୂଚନା ଦେଇଥିଲେ ବାଲା ସୁବ୍ରମଣ୍ୟମ । ଯାହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେ ଠିକ ଥିବା ଏବଂ ତାଙ୍କୁ ନେଇ କେହି ଚିନ୍ତିତ ନ ହେବା ପାଇଁ ସେ କହିଥିଲେ । କେବଳ ତାଙ୍କ ଛାତିରେ ସାମାନ୍ୟ ଯନ୍ତ୍ରଣା ହେଉଥିବା ସେ ଏକ ଭିଡ଼ିଓ ମାଧ୍ୟମରେ ଜଣାଇଥିଲେ । ତଥାପି ଏହାକୁ ଅତି ସହଜରେ ନେବା ଅନୁଚିତ ଭାବି ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଥା ସେ କହିଥିବା ଭିଡ଼ିଓରେ ନଜର ଆସିଥିଲା ।

ସେପ୍ଟେମ୍ବର ୨୨ରେ ଭେଣ୍ଟିଲେଟରରେ ଥାଇ ମଧ୍ୟ ସାମାନ୍ୟ ସୁସ୍ଥ ଅନୁଭବ କରୁଛି ଏବଂ ଖୁବଶୀଘ୍ର ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଚାହୁଁଛି ବୋଲି ସେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ ୧୬ଟି ଭାଷାରେ ସେ ୪୦ ହଜାରରୁ ଅଧିକ ଗୀତ ରେକର୍ଡ଼ କରି ଗିନିଜ ଓ୍ୱାର୍ଲଡ ରେକର୍ଡ଼  କରିଛନ୍ତି ।ଏସ୍‌ପି ବାଲାସୁବ୍ରମଣ୍ୟମ୍ ହିନ୍ଦୀ ସିନେମାରେ ଗୋଟିଏରୁ ଗୋଟିଏ ବଡ଼ ହିଟ୍ ଗୀତ ଗାଇଛନ୍ତି । ସେ ଗାଇଥିବା କିଛି ଗୀତ ସାଲମନ୍‌ ଖାନଙ୍କୁ ଦର୍ଶକଙ୍କ ନିକଟରେ ପରିଚିତ କରାଇଥିଲା । ସବୁଠାରୁ ରୋଚକ କଥା ଏହା ଯେ, ସେ ସଲମାନଙ୍କ ପାଇଁ ଗାଇଥିବା ସମସ୍ତ ଗୀତ ହିଟ୍ ହୋଇଥିଲା । ଯେଭଳି କି ‘ପହଲା ପହଲା ପ୍ୟାର୍ ହେ’ ମେରେ ରଙ୍ଗ ମେ ଓ ରଙ୍ଗନେ ଓ୍ୱାଲି, ଧିକତାନା ଧିକତାନା, ମେରେ ଜୀବନ ସାଥି, ‘ମୁଝସେ ଜୁଦା ହୋକର’ ‘ଆଜା ସାମ୍ ହୋନେ ଆଇ’ ‘ହମ୍ ବନେ ତୁମ୍ ବନେ’ ଭଳି ହିଟ୍ ଗୀତରେ ସେ କଣ୍ଠଦାନ କରିଥିଲେ ।

Leave a Reply